STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କର୍ମ ଓ ଜ୍ଞାନର ଦୁନିଆ

କର୍ମ ଓ ଜ୍ଞାନର ଦୁନିଆ

1 min
269



ରଙ୍ଗମଞ୍ଚ ଏହି ଅଭିନୟ ହୁଏ


ଜନ୍ମର ମୄତ୍ୟୁର ରୂପ ଦେଖା ଦିଏ


ଦୁଇ ଅଭିନୟ ନିତ୍ୟେ ଘଟୁ ଥାଏ


କର୍ମ ଓ ଜ୍ଞାନରେ ତାହା ବୁଝି ହୁଏ।୧।


ବିଛେଦ ବିରହ ନିତ୍ୟେ ଦେଖା ଦିଏ


ଭକ୍ତି ପ୍ରେମ ପାଇଁ ଏ ଜନ୍ମଟି ହୁଏ


ଗୄହସ୍ତ ଆନନ୍ଦ ଜନ୍ମ ହେଲେ ହୁଏ


ପ୍ରାଣ ଛାଡିଗଲେ ଆତୁରଟି ହୁଏ।୨।


ମାୟାର ସଂସାର ଅପୂର୍ବ ନୀଳାର


ମାୟାଧରଙ୍କର ବିଚିତ୍ର ମାୟାର


ବୁଝି ହେଉ ନାହିଁ ତାଙ୍କରି ନୀଳାର


ଜ୍ଞାନ କର୍ମ ଅଟେ ଏହାର ଆଧାର।୩।


ପ୍ରଭୁଙ୍କ ଚରଣେ ଯୋଡିତ ହୋଇଣ


ନିସ୍ବାର୍ଥ କର୍ମରେ କର୍ମୀକ ହୋଇଣ


ସତ୍ୟପଥେ ନିତ୍ୟେ ପଥିକ ହୋଇଣ


ପ୍ରଭୁପଦେ ଭକ୍ତି ନିତ୍ୟେଟି କରିଣ।୪।


ଜ୍ଞାନ ବଳେ ତାହା ବୁଝିତ ପାରିବା 


କର୍ମ କଳେ ତାହା ନିଶ୍ଚିତ ଦେଖିବା


ଧର୍ମ ବଳେ ନିଶ୍ଚେ ଜାଣିତ ପାରିବା


ପ୍ରେମ ଭକ୍ତି ବଳେ ମୁକ୍ତିଟି ପାଇବା।୫।


ପବିତ୍ର ହୋଇବା ଜ୍ଞାନ ଭକ୍ତି ବଳେ


ପ୍ରଭୁଙ୍କୁ ପାଇବା ପ୍ରେମ ଶକ୍ତି ବଳେ


ସାର୍ଥକ ଜୀବନ ସେବା କର୍ମ ବଳେ


ନାମ ରହିଯିବ ଏ ମହିମଣ୍ଡଳେ।୬।


ଦୁର୍ଲ୍ଲଭ ଜୀବନ କ୍ଷଣିକ ଜୀବନ


ନିସ୍ବାର୍ଥର କର୍ମ ସାର୍ଥକ ଜୀବନ


ପ୍ରଭୁଙ୍କ ଶରଣ ମନୁଷ୍ୟ ଜୀବନ


ଦେଶର ଉନ୍ନତି କର୍ତ୍ତବ୍ୟ ଜୀବନ।୭।


ରଙ୍ଗମଞ୍ଚ ଏହି ଅଭିନୟ ହୁଏ


ଜନ୍ମର ମୄତ୍ୟୁର ରୂପ ଦେଖା ଦିଏ


ଦୁଇ ଅଭିନୟ ନିତ୍ୟେ ଘଟୁ ଥାଏ


କର୍ମ ଓ ଜ୍ଞାନରେ ତାହା ବୁଝି ହୁଏ।୮।




Rate this content
Log in

Similar oriya poem from Inspirational