Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

କରିଯିବି ଆନହିତ

କରିଯିବି ଆନହିତ

1 min
162


ଯେତେ ବାଧାବିଘ୍ନ ଆସୁ ଏ ଜୀବନେ

ହାରିଯିବି ନାହିଁ ତିଳେ 

ବୁଝିଛି ଧରାରେ ମାନବ ଜନମ

ବହୁ ପୁଣ୍ୟ ବଳେ ମିଳେ ।


ଭଲକାମ କିଛି କରିବାକୁ ଗଲେ

ଉପୁଜେ ଅନେକ ବାଧା 

କଷ୍ଟ କଲେ ଯାଇ ମିଳନ୍ତି ଶ୍ରୀକୃଷ୍ଣ

ଭୁଲିଯିବି ନାହିଁ କଦା ।


ସ୍ନେହ ପ୍ରେମ ଦୟା କରୁଣା ମମତା

ମାନବ ଅନ୍ତରେ ଭରି 

ଏ ସୃଷ୍ଟି ମଧ୍ୟରେ ଶ୍ରେଷ୍ଠ ଜୀଵ ରୂପେ

ଜନ୍ମ ଦେଇଛନ୍ତି ହରି ।


ହେଜି ଏହା ଚିତ୍ତେ ଯେତେ ପାରେ ସେତେ

କରିଯିବି ଆନ ହିତ 

ହସି ହସାଇବି ନିଇତି ସଭିଙ୍କୁ

ବିଭୁ ପଦେ ରଖି ଚିତ୍ତ ।



Rate this content
Log in

Similar oriya poem from Inspirational