STORYMIRROR

Swagatika Mishra

Inspirational

2  

Swagatika Mishra

Inspirational

କ୍ରୀତଦାସୀ

କ୍ରୀତଦାସୀ

1 min
13.8K



ହଁ ହଁ ଖୋଲିଦେ ଏ ଘୁଙ୍ଗୁର

ଘୁଙ୍ଗୁର ନୁହେଁ ସେ

ତୋ ପାଦର ବେଡି ଲୋ,

କେବେ ତୁ ବୁଝିବୁ,ଆଉ

କେତେ ତୁ ଭିଜିବୁ?


ନାଚି ନାଚି ଥକିଯିବୁ

ପାଦେ ମଖା ହେବ ରକ୍ତର ଅଳତା

ହେଲେ,ପାଇବୁନି କିଛି

ଲୁହ ଆଉ ଲହୁ ଛଡ଼ା

ଏଇ ବେଇମାନ ଦୁନିଆରେ,

ସେତେବେଳେ ଝରିଜିବୁ

ନିନ୍ଦା ଆଉ କ୍ଷୋଭ ଭରି

ତୋର ଏଇ କୋମଳ ଘଟରେ।।


ଏଇ ପଥୁରିଆ ଜମିଟାରେ

ସୁନାର ଫସଲ ସ୍ବପ୍ନ

ଆଉ ମରୁଭୂମିର ଜଳରେ ସ୍ନାନ ପରି,

ତୋର ଆଶା ସବୁ ରହିଯିବ

ଦୂର ଏକ ଦିଗ୍ ବଳୟ ଆଢୁଆଳରେ,

କେହି ବୁଝିବେନି ତୋ ଆବେଗ

ବାଣ୍ଟିଦେବେ ସ୍ନେହର ଫରୁଆକୁ

ମାତ୍ର ଅଢେ଼ଇ ଟଙ୍କାରେ।।


ଖୋଲିଦେ ସେ ସାଁକୁଳି ଘୁଙ୍ଗୁର

ନିଜେ ପଙ୍ଗୁ ସାଜିବା ଆଗରୁ

ମୁକ୍ତ କରି ନିଜକୁ,ଆକାଶକୁ ଉଡିଚାଲ,

ଗଗନରୁ ଅନେକ ଉଚ୍ଚକୁ,ଯେଉଁ ଠାରେ

ପ୍ରତୀକ୍ଷା ରତ ତୋତେ ତୋ ଭବିଷ୍ୟ

ଯେଉଁ ଠାରେ ସ୍ବତନ୍ତ୍ର ତୋ ସ୍ୱାଭିମାନ,ଆଉ

ପରିଚୟ!ତୋ ଏକାନ୍ତ ନିଜସ୍ୱ।।


#ସ୍ୱାଗତିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational