STORYMIRROR

Swagatika Mishra

Others

4.9  

Swagatika Mishra

Others

ମୋ ଭିତରେ ମୁଁ

ମୋ ଭିତରେ ମୁଁ

1 min
5.6K



ମୋ ଶରୀର ଉପରକୁ ଉଠି ଆସିଥିବା କେଇ ପୁଳା ମାଂସ

ମୋ ପରଦା ଆଢୁଆଳର ଅଙ୍ଗ

କେମିତି ତିଆରେ ଭିନ୍ନ ପରିଚୟ

ମୋ ଦିହ ନିଗିଡା ରକ୍ତ

କେମିତି ବନେଇ ପାରେ ମତେ ଅସ୍ପୃଶ୍ୟ!

ବୁଝିବା ଆଗରୁ ହିଁ ହେଇ ସାରିଥିଲି ନଜର ବନ୍ଦୀ।

ତା ପରେ ଦୁଇ ଦୁଇଟା ଗୋଷ୍ଠୀ

ଶାସକ ଆଉ ଶାସିତ

ତୁମ ବନ୍ଧୁକର ମୁନ ଆଉ ମୋ ଓଢଣା ଟଣା ମଥା

ମଝିରେ ସମୟର ଲମ୍ବ ଦୀର୍ଘଶ୍ଵାସ


ହେଲେ ତୁମେ ଭାବନା,

ମୁଁ କେବେଳ ଆଖିରେ ନାଇଁ ପାରେ କଜ୍ଜ୍ୱଳ

ବେଳ ପଡିଲେ ମୁଁ ବି

ମୋ ଆଖିରେ

ପାଳି ପାରେ ନିଆଁ।

ତୁମ ପୌରୁଷତ୍ୱର ଅହଂକୁ କରି ପାରେ

ମୁଠାଏ ପାଉଁଶ।


ଲୁଣି ଲୁହ ଆଉ ସ୍ବେଦର ସମାହାରରେ

ତୁମେ ବି ବିଲୀନ ହେଇ ଯାଇ ପାର

ପ୍ରଶାନ୍ତ ମହାସାଗରର

ଅଶାନ୍ତ ଢେଉ ତଳେ।


ତମେ ଭାବିଲକି

ମୁଁ ସେଇ ଉର୍ମି ବୋଲି!

ଯିଏ ତୁମର ଖାଲି ଉପଭୋଗ୍ୟା ଚିଜ ଟାଏ

ଭୁଲି ଯାଅନା

ସୁନାମିର ଭୟାବହତା

ମୋର ଅଦିନିଆ ରୂପ ଯେ ସେ।


ତମେ ମତେ ସାରୀ କଲ କି ଶୁଆ

ତା ମୁଁ ଜାଣିନି

ଖାଲି ଏତିକି ଜାଣିଚି

ତୁମ ସ୍ୱାର୍ଥ ପଞ୍ଜୁରୀରେ

ମୁଁ ଆକ୍ତମାକ୍ତା ପକ୍ଷୀଟିଏ

ସାହସ ଅଛି ଯଦି

ଖୋଲି ଦେଖ ପଞ୍ଜୁରୀ

ଏବେ ବି ଭୁଲିନି

ମୁଁ ଉଡିବାର କଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍