STORYMIRROR

Swagatika Mishra

Others

4  

Swagatika Mishra

Others

ପାଦ ଓ ପାହାଚ

ପାଦ ଓ ପାହାଚ

1 min
209


କେବେ ତା ପାଦ ଆଉ କାହା ପାଦ ଉପରେ ଥାପି ହେଇ

ଶିଖେ ପାହାଚ ଚଢ଼ିବାର କଳା

ତ କେବେ ସେ ନିଜେ ଶିଖାଏ

ଦୁଇଟା କଅଁଳ ପାଦକୁ ପାଦର ମହତ୍ତ୍ୱ

ସେ ଶିଖୁ କି ଶିଖାଉ

ପବନ ଚାଲୁଥିବା ଯାଏଁ

କେବେ ବି ଶେଷ ହୁଏନା

ପାଦର ଅଭିଯାନ


ପାହାଚ ଆଗରୁ ସରି ଯାଇପାରେ ପାଦ

କିନ୍ତୁ କାହିଁକି ପାଦ ଆଗରୁ 

ସରେନା ପାହାଚ?


ସମୟର ବ୍ୟବଧାନ ଅନୁଯାୟୀ

ଯେତିକି ଲମ୍ବେ ପାଦ

ତା ଠାରୁ ଢେର ଲମ୍ବି ଯାଏ ପାହାଚର ଛାଇ

ଆଉ ସେଇ ଛାଇକୁ ଛୁଇଁବାର ଆଶାରେ

ଲମ୍ବି ଯାଆନ୍ତି ପାଦ ମାନେ

ବଡ଼ ବଡ଼ ପାହୁଣ୍ଡ ପକେଇ।


ସମୟର ସୁଅରେ ପହଁରି ଆସନ୍ତି

କିଛି କିଛି ଡେଣା କଟା ସ୍ୱପ୍ନ ସବୁ

ପାହାଚ ଚଢି ମୁକୁଟ ପିନ୍ଧିବା ବାସ୍ନାରେ

ଦି ପାଦରେ ବ୍ରହ୍ମାଣ୍ଡ ଥାପିବାର ଇଛାରେ 

ମାଜିମୁଜି ହେଇ ସଜବାଜ ହୁଏ ପାଦ


ହେଲେ କେବେ କେବେ କେଇଟା ପାହାଚକୁ

ନିଆଣ୍ଟିଆ ହୁଏ ପାଦ

ପାହାଚ ର ଛାଇରେ ଆଉଜି

ଥକ୍କା ମେଣ୍ଟାଇବାର ବ୍ୟର୍ଥ ପ୍ରୟାସରେ

ଲେଉଟାଣି ମାରେ ବେଳ

ପାଦ କୁ ଛିଗୁଲାଏ ପାହାଚ

କଅଁଳିଆ ପାଦ ସବୁ ଶିରମୟ ହେଇ 

ହେଇ ଆସିଥାନ୍ତି ରୁଗ୍ଣ

ତଥାପି ଆଗରେ ଥାଏ ଅସରନ୍ତି ପାହାଚ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍