STORYMIRROR

Swagatika Mishra

Others

2  

Swagatika Mishra

Others

ଦୁଇଟା ରଙ୍ଗ

ଦୁଇଟା ରଙ୍ଗ

1 min
1.6K



ମୋର ଏବେ ଦୁଇଟା ରଙ୍ଗ

ଗୋଟେ ତମେ ବୋଳି ଦେଇ ଥିବା ପ୍ରେମର

ଆଉ ଗୋଟେ ପ୍ରେମ ପାଇଁ ବଦନାମର।


ମୁଁ ଏବେ ପହଁରି ଚାଲିଛି

ବଦନାମ ର ନଈ କୁ

ତମ ପ୍ରେମ ର ନୌକା ରେ

ବିଶ୍ୱାସ ର ଆହୁଲ ମାରି


ମୁଁ ଏବେ ଭୋଗୀ ଚାଲିଛି

ତୋ ମୋ ଭିତରର ନିବିଡ଼ତା କୁ

ଦୂରତା ର ଉହାଡରେ।


ମୁଁ ଏବେ ସିଇଁ ଚାଲିଛି

ସେଇ ପ୍ରେମର ଚାଦର ଖଣ୍ଡକ

ଯାହା ତମେ ଢାଂକି ଦେଇ ଥିଲ ପ୍ରଥମ ଥର

ଆତଂକିଆ ଶୀତ ରାତି ଟାରେ।


ମୁଁ ଏବେ ଭିଜି ଚାଲିଛି

ତୋ ପ୍ରେମ ସ୍ନିକ୍ତ ଆଭା ରେ

ଅନ୍ଧାର କୁ ଚାପି ଧରି ଛାତିରେ।



ଜାଣିନି କୋଉ ରଙ୍ଗ ଟା ଚମକିଵ

କିନ୍ତୁ ବଦନାମ ରଙ୍ଗ ନ ମିସିଲେ

ପ୍ରେମ ରଙ୍ଗ କଣ ଗାଢ଼ ହୁଏ?


By Swagatika Mishra


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍