Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Rout

Tragedy

3.7  

Sanjukta Rout

Tragedy

କରିବା ବୃକ୍ଷ ରୋପଣ

କରିବା ବୃକ୍ଷ ରୋପଣ

1 min
134



ବିଜ୍ଞାନ ଯୁଗର ବିଜ୍ଞାନୀ ମାନବ , 

   ଗାଆଁ ଠୁଁ ହୋଇଲ ଦୂର 

   ସହରେ ତୋଳିଲ ଘର  । 


ନାନା ରୂପେ ନିତି ତାଡୁଛ ପ୍ରକୃତି 

   ଭୁଲି ତା'ର ଉପକାର 

    ପ୍ରକୃତିକୁ କଲ ପର  ॥ 


ଦେଖିଲ ତ ଆଜି ପ୍ରକୃତି ସମୀପେ 

   କେତେ ତୁଚ୍ଛ ତୁମ ଶକ୍ତି 

    ରହିଲାନି କରାମତି   । 


ପ୍ରକୃତି ରଚିଲା କି ମହା ତାଣ୍ଡବ 

  ଉଗ୍ର ରୂପେ ଦେଇ ଭୀତି 

   କରିଲା ନାନାଦି କ୍ଷତି   ॥ 


ମହାବାତ୍ୟା ପରେ ଚେତା ପଶିଲାନି

    ଖେଳିଲ ପ୍ରକୃତି ସହ 

   କେତେ ଭାଵେ ଅହରହ   । 


ଫୋନି ଫଣା ଟେକି କଲା ସର୍ବଗ୍ରାସ

     ଜିଭ କରି ଲହ ଲହ 

     ନ ରଖି କିଛିର ମୋହ   ॥ 


ପ୍ରକୃତିର ସାଥେ ଖେଳିବାର ଫଳ 

    ଆଣିଦେଲା ସର୍ବନାଶ 

    ଦେଖିଲ ପ୍ରକୃତି ରୋଷ  । 


ନିଜ କଲା କର୍ମ ଫଳ ତ ଭୋଗୁଛ

    ପ୍ରଳୟ କି କାହା ବଶ 

   ଦେବା ଆଉ କାହା ଦୋଷ   ॥ 


ଧ୍ଵଂସହେବା ଆଗୁ ଏ ସୁନ୍ଦର ଧାରା 

    ବେଳୁ ହୁଅ ସାବଧାନ 

    ପ୍ରକୃତିକୁ ଦିଅ ଧ୍ୟାନ   । 


ସବୁଜ ସୁନ୍ଦର କର ପରିବେଶ 

   ସର୍ବେ ହେଇ ସଚେତନ 

    କରିବା ବୃକ୍ଷ ରୋପଣ   ॥



Rate this content
Log in

Similar oriya poem from Tragedy