STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କରି କରାଏ ତୋ ଅଦେଖା ହାତ !

କରି କରାଏ ତୋ ଅଦେଖା ହାତ !

1 min
374

ମାଗିବାର ସବୁ ହରେଇ ସାରିଛି

ମାଗିବାକୁ କିଛି ନାହିଁ ମୋହର ।

କେମତିକା ତୋତେ ଧନ୍ୟବାଦ ଦେବି

କହିଦେବ ମୋତେ କଳା ଠାକୁର ?

ମୋର ବୋଲି ଯେତେ କହୁଛି ସେ ପର

ନୁହେଁ ମୋର ସବୁ ଖାଲି ତୋହର ।

ମିଛରେ ମିଛରେ ବଡେଇ କରୁଛି

ସବୁ ତୋ ଆଗରେ ପଡିଯାଏ ଫିକା

ରଙ୍ଗ ରଙ୍ଗିଆ ମୋ ଶ୍ରୀଜଗନ୍ନାଥେ ।

ସବୁ ମରିଚିକା ସବୁ ମାୟାର

ଯେତେ ଅହମିକା ତୋ ଆଗରେ ତୁଛ

କରି କରାଏ ତୋ ଅଦେଖା ହାତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics