STORYMIRROR

Bikesh Sahu

Inspirational

3  

Bikesh Sahu

Inspirational

କ୍ରାନ୍ତିକାରୀ

କ୍ରାନ୍ତିକାରୀ

1 min
26.7K


ହେ ନବ ତରୁଣ   କିମ୍ପାଇଁ ମଉନ

     ଥରୁ ହେ ଶୋଷକ ଛାତି

ନିଦ୍ରାକର ଦୂର    ହୁଅ ଏକାକାର

      ପାହୁ ସମତାର ରାତି ।।

ଉଠୁ ନବ ରବି    ଶୁଭୁ ତବ ରଡି

      ଅନ୍ଧାର ଯାଉ ଅହରି

ଲୁହ ଯାଉ ଲୁଚି    ହସ ଉଠୁ ଫୁଟି

     ଫେରୁ ସତ୍ୟ ପ୍ରେମ ଶାନ୍ତି ।।

ଅହିଂସା ଆଚରି    ସତ୍ୟକୁ ଆଦରି

     ବୁଣରେ ବିଦ୍ରୋହ ମଞ୍ଜି  

ଦୁଃଖ ଯାଉ ଚାଲି   ସୁଖ ଆସୁ ଫେରି

      ସମାଜରେ ଆସୁ କ୍ରାନ୍ତି ।।

ସାଜ ତୁମେ ରାମ    ମରୁ ହେ ରାବଣ

      ସୀତା ହେଉ ହେ ଉଦ୍ଧାର

ସତ୍ୟ ଧର୍ମ ପାଳି     ଯଶ ଯାଅ ରଖି

     ଫେରି ଆସୁ ରାମ ରାଜ୍ୟ ।।

ମରୁ କଂସାସୁର     ଭୟ ହେଉ ଦୂର

     ଛିଣ୍ଡୁରେ ମହାଭାରତ

ଅନ୍ୟାୟର ହେଉ   ମୂଳଉତ୍ପାଟନ

      ସତ୍ୟର ହେଉ ଜୟ ।।

ଧର ତରବାର      ଶୁଭୁ ତବ ସ୍ୱର

      ମରୁ ଆଜି ଅତ୍ୟାଚାରୀ

ହସୁରେ ଗରିବ     ଭୋକ ହେଉ ଦୂର

      ସମାନତା ଆସୁ ଫେରି ।।

ଛୋଟ ପାଇଁ ସ୍ନେହ   ବଡ଼କୁ ସମ୍ମାନ

       ହୃଦୟରେ ହେଉ ଜାତ

ଧର ସତ୍ୟପଥ      ତେଜରେ ଆଳସ୍ୟ

       ହସି ଉଠୁ ଏ ଜଗତ ।।

     ଭୁଷଲାଡ଼,ସିନ୍ଧେକେଲା,ବଲାଙ୍ଗୀର

 ଦୂରଭାଷ -୭୭୫୨୦୬୬୨୧୭


Rate this content
Log in

Similar oriya poem from Inspirational