STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କର ମହାନଦୀକୁ ମୁକ୍ତି

କର ମହାନଦୀକୁ ମୁକ୍ତି

1 min
13.3K


କର ମହାନଦୀକୁ ମୁକ୍ତି

ସୌମ୍ୟରଞ୍ଜନ ଲେଙ୍କା


ପାଣି ବିନା ଫୁଟେ ନାହିଁ ପଦ୍ମ

ପାଣି ବିନା ଚଲେନାହିଁ ଶଙ୍ଖ

ପାଣି ବିନା ଚାଲିବ ବା କାହୁଁ ଏଠି ?

ତୁମ ଇଶାରାରେ....

ତଥାପି ଜାଣି ତୁମେ କଲ କାହିଁ ଏମିତି ?

କର କାହିଁ ଏମିତି ?

ଶୀଘ୍ର ଆଣ ମହାନଦୀ ପାଣିକୁ

ପାଣି ବିନା ଦବ କ’ଣ ଏ ମାଟି ତୁମକୁ ?

ପଚାର ଚାଷୀକୁ ?

ପଚାର ମାଟିକୁ ! ପଚାର ମାଟିକୁ !

ଶିଲ୍ପପତି କେତେଦିନ ଦେବ ଖଞ୍ଜି

ତୁମ ପେଟଗାଡିଆକୁ

ଖାଦ୍ୟ , ଶସ୍ୟ ଓ ଫିଲଟର ପାଣିକୁ ।

ସବୁତ ବିକିଲ ତୁମେ ଏଠି

ଭୁଲି ମାଟି ମା’ କଥାକୁ

ରସଗୋଲାଠୁ...... କୋଇଲା , ଲୁହାପଥର ଯାଏଁ

ତଥାପି ବସିଛ ବିକିଦେବ !

ତୁମେ ମହାନଦୀ ପାଣିକୁ

ଭୁଲିଯାଉଛ ତୁମେ ସବୁ

ଓଡିଶାବାସୀର ହକ୍ ଦାବିକୁ

ଯଦି ଅଛି ତୁମ ମାଟି ମା’ ପ୍ରତି ଭକ୍ତି

ତେବେ ଛତିଶଗଡରୁ କର ମହାନଦୀକୁ ମୁକ୍ତି

କର ମହାନଦୀକୁ ମୁକ୍ତି ।




Rate this content
Log in

Similar oriya poem from Classics