STORYMIRROR

Goutam Mohanty

Romance Classics Inspirational

3  

Goutam Mohanty

Romance Classics Inspirational

କପୋତ ଝୁରୁଛି କପୋତୀକୁ ଆଜି

କପୋତ ଝୁରୁଛି କପୋତୀକୁ ଆଜି

1 min
245


କପୋତ ଝୁରୁଛି   କପୋତୀକୁ ଆଜି

    ସଜେଇ ଛୋଟିଆ ଘର,

କେଉଁଆଡେ ଉଡି  ଯାଇଛି କପୋତୀ

    ଭୁଲି କି ପ୍ରେମକୁ ମୋର।।

ଘୁମୁରି କାନ୍ଦଇ    ହୃଦୟେ ଝୁରଇ

     କେଉଁଠି ହଜିଲା ଖୁସି,

କପୋତ ଝୁରୁଛି   ପ୍ରେମକୁ ତାହାର

     ଲୁହକୁ ପୋଛୁଚି ବସି।।

ନିଷ୍ଠୁର ସାଜିଲା    ହୃଦୟ ଭାଙ୍ଗିଲା

    ହୋଇଗଲା ସ୍ୱାର୍ଥପର,

ସୁନା ପଞ୍ଜୁରୀକୁ  ଆପଣେଇ ନେଲା

    ଭୁଲି କାଠି କୁଟା ଘର।।

ମୂଲ୍ୟହୀନ ଆଜି  ପବିତ୍ର ସେ ପ୍ରେମ

   ଛଳନା କରିଛି ବଶ,

ହୃଦୟକୁ ଭାଙ୍ଗି    ପ୍ରତାରଣା କରି

   ଚୋରେଇ ନେଉଛି ହସ।।

ଉଡି ଯାଇଛି ସେ   ଦୂର ବିଦେଶକୁ

     କରି ତ ପାରୁନି ପର,

ଚାହିଁ ରହିଛି ସେ    ଚାତକ ପରିକା

    ଫେରିବା ବାଟକୁ ତାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance