STORYMIRROR

Ghanashyam Biswal

Tragedy

3  

Ghanashyam Biswal

Tragedy

କପାଳ ଲିଖନ

କପାଳ ଲିଖନ

1 min
428

କପାଳରେ ଲେଖା ଅଛି ଯେତେକଥା

ଯଦି ମୁଁ ଜାଣିପାରନ୍ତି

କାହିଁକି ଜୀବନେ ଦୁଃଖୀ, ରୋଗୀ ହୋଇ

ମରି ମରି ଜିଉଥାଆନ୍ତି?

କିଏ ଜାଣିଥିଲା ସେଦିନର ଶିଶୁ

ବଡ଼ ହେଲେ ହେବ ଜାତିର ପିତା?

ମିଛଟାରେ ସିନା ବାହାବା ମାରିବେ

ଏହାତ ତାଙ୍କର ଭାଗ୍ୟରେ ଲେଖା l

ବିନା ପରିଶ୍ରମେ ଏ ସାରା ସଂସାରେ

କିଏ ବା ଜଗତ ଜିଣିଛି?

କଥା ସରିଗଲେ କାମ ହୋଇଗଲେ

କହିବେ କପାଳେ ଲେଖା ହୋଇଛି l

ନହେଲେ ବିଧାତା ରୁଷି ଯାଇଛି

ଅଭିଶାପ ଦେଇ ରାଗ କରିଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy