କୋରୋନା ଭୁତାଣୁ
କୋରୋନା ଭୁତାଣୁ
ଆଖିକି ଦିଶେନା ଅଣୁ ପରମାଣୁ
ଆଖିକି ଦିଶେନା ଭୁତାଣୁ ।
ବିଜ୍ଞାନ ଯୁଗରେ ବାହାସ୍ପଟ ମାରୁ
ସଭିଙ୍କୁ ବି ତ ହେୟ ମଣୁ ।
ଜଗତକୁ ତ ଆମେ ଜିଣୁ ।
କେଡ଼େ ବଡ଼ ଜୀବ ଆମ ଠାରେ ବଶ
କିଏବା ଜିଣିବେ ତେଣୁ ।
ଛାର ଏ ଭୁତାଣୁ କିସ କରି ପାରେ
ମଣିଷ ସମାଜ ଜାଣୁ ??
ନିଆଁ ଖାଇଲେ ତ ଅଙ୍ଗାର ହଗିବା
ଆମ ଚେଙ୍କ ଆମେ କିଣୁ ।
ଆମେ ଭୁଲି ଯାଉ ଯେଣୁ ।
ଜଗତ କରତା ଭୁତାଣୁ ପଠାଇ
ବଜାଇ ଦିଅନ୍ତି ତାଙ୍କ ବେଣୁ ।
