କୋପ
କୋପ
କୋପରେ ଢ଼ାଳନ୍ତି ସୁରୁଜ ଦେବତା
କିରଣ ନୁହେଁ ସେ ନିଆଁ
ବିଲ ବାଡି ସବୁ ଜଳର ବିହୁନେ
ଫାଟି କରିଛନ୍ତି ଆଁ।
ମାଟିରୁ ଉଠୁଛି ତାତିଲାର ବାଣ
ମା ଦେହରେ ଯାଏ ଫୁଟି
ପ୍ରକୃତିର କ୍ଷୟ ବିନାଶ ସମୟ
ବୃକ୍ଷ ଯେବେ ଦେଲା କାଟି।
ଜଳର ବିହୁନେ ମୀନର ଜୀବନ
ହେଉଥାଏ ଛଟ ପଟ
ଝାଞ୍ଜି ବହୁ ଅଛି ମଣିଷ କାନ୍ଦୁଛି
ଭୋଗୁଛି ଅନେକ କଷ୍ଟ।
ପ୍ରକୃତି ରାଣୀଟା ଋଷି ଯାଇଅଛି
ମାନବ ସମାଜ ପାଇଁ
ଜ୍ଞାନ ବିଜ୍ଞାନର ଉନ୍ନତି ଘଟିଲା
ଦୁଃଖ ତ ଘୁଞ୍ଚିଲା ନାହିଁ।
ମଣିଷ ବୁଝିବ ଗଛ ଲଗାଇବ
ସୂରୁଜ କୋପ କମିବ
ମାଟିମାଆ ତାର ଛୁଆଙ୍କୁ କୋଳେଇ
ଖୁସିରେ ହସି ଉଠିବ।
