କୋଣାର୍କର ବ୍ୟଥା
କୋଣାର୍କର ବ୍ୟଥା
ବିନୟ ଭଷୂଣ ପାଣିଗ୍ରାହୀ
ଆମକୁ ଦିଶିଛୁ କୋଣାର୍କର କାନ୍ଥରେ
କେତେ କେତେ କଳାକୃତି ,
ପଥର ଦେହରେ ଜୀବନ ଭରିଛି ,
ଆମର ଓଡିଆ ଜାତି ।
କାଳର କରାଳେ ଲିଭି ତ ଗଲାଣି
ନିହାଣ ମୁନର ଭାଷା ,
ବିଶୁ ମହାରଣା , ବାଳୁତ ଧରମା
ବାରଶ ବେଢଇ ବ୍ୟଥା ।
ଶକତ ନିହାଣ ମୁନେର ଖୋଳିଛି
କଥା ଓ ବ୍ୟଥାର ଚିତ୍ରି ,
ମୁଣ୍ଡ ପାତି ରାଜ - ଆଦେଶ ପାଳିଛି
ପାଣି କରି ଦେଇ ରକ୍ତ ।
କୋଣାର୍କର କାନ୍ଥରେ ପଥର ଛାତିରେ
ରଖିଦେଲେ ଥରେ କାନ ,
ଆଜି ବି ଶୁଭୁଛି ବଢେଇର କାନ୍ଦ
ଥରିଯାଏ ଦେହମନ ।
ଶିଳ୍ପୀ ବେଦନାର ସାକ୍ଷୀ ଯେ ସାଗର
ଭୁଲିନାହିଁ ଆଜିଯାଏ ,
ବାଳ ଧରମାର ଅକୁହା
କାହାଣୀ
ଗରଜି ଗରଜି କହେ ।
