STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୋଳି ମା’

କୋଳି ମା’

1 min
13.7K


ଅଧ୍ୟାପକ ରବୀନ୍ଦ୍ର କୁମାର କାନୁନଗୋ

ବୟସ ସତୁରୀ, ଚାଲେ ବାଡିଧରି

ମୁଣ୍ଡରେ ଟୋକେଇ ଭାର

ଖେଳଛୁଟି ବେଳୁ, ବରଗଛ ତଳୁ

ଶୁଭେ କୋଳି ମା’ର ସ୍ଵର।


ଜାତି ଜାତି କୋଳି ଆଣିଛି ସେ ତୋଳି

ଖୋଜିଣ ବନ କନ୍ଦର

ପିଲାଏ ଚାଖିବେ, ମିଠା ପରଖିବେ

ଆସିବ ଖୁସି ଜୁଆର ।


ଠନ୍ ଠନ୍ ବାଜେ ଇସ୍କୁଲ ଘଣ୍ଟା

ସଜାଏ ପସରା ତା’ର

ଦଶ ପଇସାରେ ମାଣେ ମାପିଦିଏ

କେହି ନୁହେଁ ତା’ର ପର ।

କୋଳି ମା’ ଡାକରେ, ସ୍ନେହ ପରଶରେ

ଭରିଯାଏ ତା’ ଅନ୍ତର

ମିଠା ତା’ର କୋଳି, ମିଠା ତା’ର ମନ

ଦେବୀ ସିଏ ମମତାର ।

ନଇଁ ଗଲେ ଖରା ବାନ୍ଧେ ତା’ ପସରା

ହୁଏ ସିଏ ତରତର

ବାଟ ତିନି କୋଷ, ଉଡେ ତା’ ସଂକାଶ

ନଈ ଆରପାରେ ଘର ।


ଗ୍ରୀଷ୍ମ ଖରାକୁ, ଶ୍ରବଣ ଧାରାକୁ

କରେନା ସିଏ ଖାତର

ଜିଇଥିବା ଯାଏ, ଆସୁଥିବ ସିଏ

ପିଲାଏ, ତା’ ଗଳାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics