STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

କନ୍ୟା ସୁକନ୍ୟା ଅନନ୍ୟା

କନ୍ୟା ସୁକନ୍ୟା ଅନନ୍ୟା

2 mins
391

ସେଇ ସମୟରେ ଝିଅ ଜନ୍ମ ହେଲେ

ପରିବାରରେ ଖୁସିର ଲହରୀ ନ ଥିଲା

ଏକ ବୋଝ, ସମସ୍ୟା ନେଇ ବଞ୍ଚିବା

ଭିନ୍ନ ଦୃଷ୍ଟିରେ ଝିଅକୁ ଜନ୍ମ ଦେଇଥିବା ମା

ଏକ କୁସ୍ଚିତ ଚିନ୍ତାଧାରା 

ପରିବାର ଓ ସମାଜରେ

ଝିଅ ଜନମ ପର ଘରକୁ,ସଂକୀର୍ଣ୍ଣ ମନୋଭାବ

ସମୟ ବଦଳି ଯାଇଛି

ତା ସହିତ ମଣିଷର ମାନସିକତାରେ ବିକାଶ

ଏବେ,  ସବୁ ଝିଅ ବାପାଙ୍କ ପରୀ

ବାପାର ରାଜ ଗାଦି ଓ ରାଜ ଉଆସ ନ ଥାଉ

ଝିଅର ମାନ୍ୟତା ରାଜକୁମାରୀ

ଅଭାବ ଥିଲେ ବି ଝିଅର ଚାହିଦା ପୂରଣ

ଝିଅର ହସ ଖୁସିରେ ପରିବାର ଖୁସି

ବାପା କିନ୍ତୁ ଖୁସିର ପ୍ରଥମ ପାହାଚ

ଝିଅ ମନରେ ଖୁସି ପାଇଁ ଅଧିକ ପ୍ରୟାସ


ମାନସିକତାରେ ପରିବର୍ତ୍ତନ

ଝିଅକୁ ମା ' ର ଆସନ,ଡାକରେ ବି ମା

ସ୍ଵତଃ ପ୍ରବୃତଃ ଭାବ,ହୃଦୟର ଭାବ

ଝିଅ ନୁହେଁ,ମା ' ର ମୂର୍ତ୍ତିମନ୍ତ

ବାପାର ପୁରୁଣା ଦୁଷ୍ଟାମୀ ଆଉ ନାହିଁ

ଝିଅ ଅଛି,ମନ ଇଚ୍ଛା କଥା ଓ କାମ

ଆଗ ପରି ନାହିଁ,ସବୁ ଅଟକିଯିବ

ଝିଅ ଥିଲେ ଘରେ ଓ ପାଖରେ


ଚାଲି ଶିଖିବା ଓ କଥା କହିବା ପୂର୍ବରୁ

ସତେକି କଣ୍ଡେଇ ଟିଏ

ଖେଳିବାକୁ,ଘୋଡ଼ା ହୋଇ ପିଠିରେ ରଖି

ହାଲୁକା ସମୟରେ ତା ସହିତ ଖେଳ

ଜଣା ପଡୁ ନ ଥିଲା କେତେ ସମୟ !!

ବାହାରେ ଥାଇ ଘରକୁ ଆସିଲେ

ଆଖି ଆଗ ଖୋଜୁଥିଲା କୁନି କଣ୍ଡେଇକୁ!!?


ଶିକ୍ଷା ,ସଂସ୍କାର ଓ ସାମାଜିକ ଚଳଣି

ପରିବର୍ତ୍ତନ ହୋଇଛି ମାନସିକତାରେ

କନ୍ୟା ସନ୍ତାନ ଏବେ କନ୍ୟାରତ୍ନ

ଘରକୁ ଲକ୍ଷ୍ମୀ ଆସିଛି

ଖୁସିର ବାତାବରଣ ଘରେ,ବାପାଙ୍କ ଖୁସି ବେଶି !!

ଘର ଭିତରେ କୁନି ପରୀ!!


ପରି ର ଅର୍ଦ୍ଦଳି ବାପାଙ୍କ ପାଖରେ

ଅଭିଯୋଗ ସବୁ ମା ' ବିଷୟରେ

ବାପା ଏବେ ପରୀ ସପକ୍ଷରେ

ଘରର କିଛି କାମରେ ସହଯୋଗ ନାହିଁ

କଥା ଶୁଣୁନି ,ଖାଲି ଖେଳ ଆଉ ଖେଳ

ମା ' ମୁହଁରେ ପରୀ କଥା

ସବୁ କଥା ଶୁଣି,ହଉ ହେଲା, ସବୁ ଠିକ୍ ହେଇଯିବ


ଏବେ କନ୍ୟା ରୁ ସୁକନ୍ୟା

ପରୀ ରାଇଜର ପରୀ

ବଢନ୍ତା କନ୍ୟା ଘର ପାଇଁ ସୁକନ୍ୟା

କଥାବାର୍ତ୍ତାରେ ସଂଯମତା 

ଆଗ ପରି ବାପାଙ୍କ ସହ ଖୋଲା କଥା ନାହିଁ

ଏବେ ଖୋଲା କଥା ତା ମା ସହିତ

ମା ମୁହଁରୁ ସୁକନ୍ୟା ର ହାବ ଭାବ

ପସନ୍ଦର ଜିନିଷ ବି ମା ମୁହଁରୁ


ଏବେ ମା ହିଁ ସୁକନ୍ୟା ର ଭଲ ସାଙ୍ଗ

ଗାଳି,ତାଗିଦ୍ ବି ମା ମୁହଁ ରୁ

ବେଶି ଗାଳି ହେଲେ,ବାପା ର ପାଳି

ସୁକନ୍ୟା ସପକ୍ଷ ରେ, ନ ହେଲେ ଚୁପ୍

ଡେରିରେ ଶୋଇବା ,ଡେରିରେ ଉଠିବା

ସବୁ ଦିନେ ପାଟି,ପୁଣି ଯେସାକୁ ତେସା

ଉପାୟ ନାହିଁ,ମୋବାଇଲ୍ ହିଁ ମୁଖ୍ୟ କାରଣ

ବେଶି କହିଲେ, ବିରକ୍ତିଆ ମୁଁହ !!!


କନ୍ୟା,ସୁକନ୍ୟା ଠିକ୍ ଅଛି

ଅନନ୍ୟା ହେଲେ କଥା ସରିବ !!!

ସଂସାରର ରୀତିନୀତି ଆହୁରି ଜାଣିନି

ମନରେ ବି ଆଶା ଓ ସପନ ଥିବ

ତଥାପି,ସତର୍କ ରହିବାକୁ ହେବ

ସହଜରେ ଡିଜିଟାଲ ଦୁନିଆ

ହାତ ପାଅନ୍ତାରେ ସବୁକିଛି

ଅନନ୍ୟା ହେବାର ରାସ୍ତା ଖୋଲା ଅଛି

ବାପା ର ଖୁସି କନ୍ୟା ଓ ସୁକନ୍ୟା

ଅନନ୍ୟା ହେଲେ କଷ୍ଟ ଲାଗିବ,ହୃଦୟ ଓ ଆତ୍ମାକୁ !


ବାପାର ପରୀ, ପରୀ ପରି ରହୁ

କନ୍ୟା ରୁ ସୁକନ୍ୟା ବି ବାପାଙ୍କୁ ଖୁସି

ବଗିଚାରେ ଫୁଲ ଅଛି ତ, ବଗିଚା ସୁନ୍ଦର

ଘର ପରିବାର ଫୁଲ ପ୍ରତି ସଜାଗ

ଫୁଲର ଶୋଭା ହିଁ ଘରର ଶୋଭା

ଅନନ୍ୟା ହେଲେ ଯେଉଁ କଷ୍ଟ ହେବ

ତା କୁ କଥାରେ,ଭାଷାରେ କହିବା ମୁସ୍କିଲ୍

କନ୍ୟା ସୁକନ୍ୟା ହେଉ, କିନ୍ତୁ ଅନନ୍ୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational