Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Inspirational

4  

Geetanjali Prusty

Inspirational

କନ୍ୟା ଭ୍ରୁଣର ଆର୍ତ୍ତନାଦ

କନ୍ୟା ଭ୍ରୁଣର ଆର୍ତ୍ତନାଦ

2 mins
539



ରହି ରହି ଶୁଭେ ଆର୍ତ୍ତ ଚିତ୍କାର

ଅମା ଅନ୍ଧକାର ଚିରି

କନ୍ୟା ଭ୍ରୁଣର ଆକୁଳ କ୍ରନ୍ଦନେ

ହୃଦୟ ଉଠୁଛି ଥରି |


ମାଆ ବୋଲି ମୋତେ ଡାକିବାକୁ ଥରେ

ସୁଯୋଗ ଦିଅହେ ଆଣି

ଦୁନିଆ ଆଲୋକ ଦେଖିବା ଆଗରୁ

କିପାଇଁ ଦେଉଛ ହାଣି |


ମୁଁ ଏକ ନିରୀହ ନିଷ୍ପାପ ଭ୍ରୁଣ

ମାଟିରେ ପାଦମୋ ଥାପି ନାହିଁ

କେଉଁ ଅପରାଧେ କରୁଅଛ ହତ୍ୟା

ଅବୋଧ ମନମୋ ବୁଝୁନାହିଁ |


କନ୍ୟା ଭ୍ରୁଣ ବୋଲି ଘୃଣା କି କରୁଛ

ତୁମେବିତ ଜଣେ ନାରୀ

ଯେଉଁ ନାରୀ ବିନା ସଂସାର ଅଧୁରା

ପାରୁନା କି ତୁମେ ଜାଣି |


ସଂସାର ସାଗରୁ ମଙ୍ଗ ସଳଖିଯେ

ସୁଅରୁ କରଇ ପାରି

ମଙ୍ଗଳମୟୀ ଜନନୀ,ଭଗିନୀ,

ଜାୟା ଅଟେ ସେହି ନାରୀ |


ଗର୍ଭରେ ତୁମ ଶୋଇ ରହି ମାଆ

ସପନ କେତେମୁଁ ଦେଖୁଅଛି 

ତୁମ ପରି ଏକ ମାଆଟିଏ ହେଇ

ସଂସାର କେତେ ମୁଁ ପାଳୁଅଛି |


ଝିଅ ଜନ୍ମ ନୁହେଁ ଅଭିଶାପ କେବେ

ପରମେଶ୍ୱରଙ୍କ ଆଶୀର୍ବାଦ 

ନାରୀ ବିନା କେହି ଗଢ଼ିନି ସଂସାର

ତା' ବିନା କିଏବା ଅଭିଶପ୍ତ |


କନ୍ୟା ଭ୍ରୁଣଟିଏ କରୁଛି ଅଳି ମୁଁ

ବଞ୍ଚିବାକୁ ଟିକେ ରାହା ଦିଅ 

ଦୁନିଆ ଆଲୋକ ଦେଖିବାକୁ ମାଆ

ଥରଟିଏ ମୋତେ ସାହା ହୁଅ |


ଭଲ କାମ କରି ଖ୍ୟାତି ମୁଁ ଅର୍ଜିବି

ତୁମ ଯଶ ବାନା ଉଡାଇବି 

ପୁରୁଷ ପ୍ରବଣ ସମାଜରେ ନିଶ୍ଚେ

ଝିଅଙ୍କ ଆଦର ବଢାଇବି |


ମନ ଦେଇ ଟିକେ ଶୁଣ ମୋ ଜନନୀ

କନ୍ୟା ଭ୍ରୁଣ ହତ୍ୟା କରିବନି 

କନ୍ୟା ଭ୍ରୁଣ କଥା କହୁଛି ବଖାଣି

ମୋ କଥା କୁ ମିଛ ମଣିବନି |


ଆମ ଝିଅ ପରା 'ଶ୍ରଦ୍ଧାଞ୍ଜଳି 'ଏଠି

ଫୁଟବଲ ରାଣୀ ପାଲଟିଛି

'ଜ୍ୟୋତି ସୁନିତା 'ଙ୍କ ହକି ର କାହାଣୀ

ବିଜୟର ଗାଥା ଗଉଅଛି |


'ରାନୁ ମହାନ୍ତି ' ଙ୍କ ଭାର ଉତ୍ତୋଳନ

'ପ୍ରଭାସିନୀ' ଙ୍କ ର ନୌକା ଚାଳନ

'ପଦ୍ମିନୀ 'ବିଶ୍ୱରେ ପଦ୍ମ ଫୁଟାଇ

ଚେସ ର କଥା କହୁଅଛି |


'କଳ୍ପନା ମହାନ୍ତି 'ଏଭରେଷ୍ଟ ଚଢି

କାଳିଆର ବାନା ରୋପି ଛନ୍ତି

'କିରଣ ବେଦୀ 'ତ ସବୁଠୁ ଆଗରେ 

ଜାତିସଂଘେ କୀର୍ତ୍ତି ରଚିଛନ୍ତି |


କେତେ କନ୍ୟା ରତ୍ନ ଗୁଣ ମା' ଗାଇବି

ସମୟ କରୁଛି ପ୍ରତିବାଦ

ପ୍ରତିଭା ପାଟିଲ ସର୍ବ ଶ୍ରେଷ୍ଠ ନାରୀ

ଈଶ୍ୱରଙ୍କ ସିଏ ଆଶୀର୍ବାଦ |


ଭ୍ରୁଣ କାଳୁ ମୋତେ କର ନାହିଁ ହତ୍ୟା

କରିବି ମୁଁ ତୁମ ଜୟ ଗାନ

କନ୍ୟା ରତ୍ନ ଙ୍କର ପ୍ରତିଭା ପରଶେ

ମାଆ ମାଟି ହେବ ମହୀୟାନ |


କନ୍ୟା ଭ୍ରୁଣ ହତ୍ୟା ମହାବାତ୍ୟା ଭଳି

ସୃଷ୍ଟି କୁ କରିବ ଭୂଲୁଣ୍ଠିତ

ବେଳହୁଁ ସତର୍କ ହୁଅରେ ମଣିଷ

ନହେଲେ ହୋଇବ ଅଭିଶପ୍ତ |


ହେ ମାନବ ସମାଜ

ଶିଶୁ କନ୍ୟା ଜନ୍ମ ଦେଇ

ସବୁଜ ସଂକେତ ନେଇ 

ଚାଲରେ ଆଗକୁ ଆଗକୁ

ଯେଉଁଠି ଥିବ ଦୁଇ ହାତ ମାତ୍ର

ପହଂଚି ବାକୁ ସରଗ ପୁରକୁ  ।



Rate this content
Log in

Similar oriya poem from Inspirational