STORYMIRROR

Bauribandhu Lenka

Tragedy

5.0  

Bauribandhu Lenka

Tragedy

କଞ୍ଚା ଅନୁଭବ

କଞ୍ଚା ଅନୁଭବ

1 min
13.5K


ଜୀବନ ଆକାଶେ ଆସିଥିଲା ଦିନେ

କଳାମେଘ ଖଣ୍ଡେ ଉଠେଇ

ଘୂର୍ଣ୍ଣିଝଡ ପରି ପହଞ୍ଚିଲ ତମେ

ନେଇଗଲ ତାକୁ ଉଡେଇ ॥


ତୋଫା ନିରିମଳ ଆକାଶରେ ମୋର

ଜହ୍ନ ହୋଇ ତମେ ଉଇଁଲ

ଢାଳି ପ୍ରୀତି ମଧୁ ଶୀତଳ ଜୋଛନା

ମନ କଇଁକୁ ମୋ ଛୁଇଁଲ॥


ଅଳପ ଚିହ୍ନାରେ ଆପଣାର ଭାବି

ପାଦକୁ ଦେଲି ମୁଁଁ ଖସେଇ

କଞ୍ଚା ଅନୁଭବ ଅମାନିଆ ସୁଅ

ନେଇଗଲା ମତେ ଭସେଇ॥


ନାହିଁ ଥଳ କୂଳ ପାଣିର ଭଅଁରେ

ପଡି ଖାଉଅଛି ଚକର

କାହାକୁ ଡାକିବି କିଏ ବା ଶୁଣିବ

କରିବ ସେ ମୋତେ ଉଦ୍ଧାର॥


ଅଯାଚିତ ଦାନ ପଛେ ଖଳ ମନ

ରହିଥିଲା ତମ ଛପିକି

କଅଁଳ ବୟସ ବୁଝି ପାରିଲିନି

ଭାବୁଅଛି ଆଜି ବସିକି ॥

********




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy