STORYMIRROR

Satyabati Swain

Tragedy

3  

Satyabati Swain

Tragedy

କଣ ଖୋଜୁଛୁ !

କଣ ଖୋଜୁଛୁ !

1 min
310

କଣ ଖୋଜୁଛୁ !


ଏମିତି ଗୋଟେ ସୁଡଙ୍ଗ

ଅନ୍ଧାର ରାଜା ସେଠି

ଦର୍ପଣ ଇଜ୍ଜତ ଲୁଟେ

ଫରକ୍ କଣ ଯେ

ଏଠି ତ ସବୁ ଅନ୍ଧାର!!

ସମସ୍ତେ ବା ଅନ୍ଧ।


ତୁ ନ୍ୟାୟ ମାଗିବୁ!

କେଉଁଠି

କାହାକୁ

ସେଠି ବି ଅନ୍ଧାର ରାଜୁତି

ଆତଙ୍କର ଖେଳ

ଇସାରାରେ

ଚାଲେ ସବୁ କାର୍ଯ୍ୟ

ରଫା ଦଫା ହୁଏ

ନ୍ୟାଯ୍ୟ ଅଧିକାର

ତୋ ବଳ ବୟସ ସରିଯିବ

ଏମିତି ପାଉଥିବୁ

ଗୋଟେ ପରେ ଗୋଟେ ତାରିଖ।


କଣ କହିଲୁ?

ଫୁଲା ଫାଙ୍କା ଜୀବନ

ତୁ ଜୀଇଁବୁ

ଯା... ମ

ତୁ କେଉଁ କ୍ଷେତର ମୂଳି କି

ରଥୀ ମହାରଥୀ 

ଗଗନେ ଉଡନ୍ତି

ତୁ ତ ତୁଳାଟା

କୁଆଡେ ନାଇଁ କୁଆଡେ ଉଡିଯିବୁ

ଅତା ପତ୍ତା ମିଳିବନି

ଯା ଯା ଘୁମେଇ ପଡ଼ିବୁ କେଉଁଠି

ଏଠି ତୋ ପାଇଁ 

ଜାଗା ନାଇଁ ମୁଣ୍ଡ ଗୁଞ୍ଜିବାକୁ।


ହଁ ଯଦି ଧୈର୍ଯ୍ୟ ଅଛି

ଗୋଟେ ସକାଳକୁ ଅପେକ୍ଷା କର

କେଜାଣି ସୁଡଙ୍ଗ ଶେଷରେ ହୋଇପାରେ 

କାଳେ ସୂର୍ଯ୍ୟୋଦୟ

କାଳେ ସେଠି ତୋ ମୁଣ୍ଡେ

ହାତୀ ସୁନା କଳସ ଢାଳିପାରେ

ହୁଏତ ତୁ ହେଇପାରୁ

ନିର୍ଜନ ଦ୍ୱୀପର ସମ୍ରାଟ

ସେଠି ଯମୁନା ନଥାଇ

କୃଷ୍ଣ ନଥାଇ

ଥାଇ ପାରେ ବଂଶୀ ସ୍ଵନ

ତୋତେ ଦେଇ ପାରେ

ଯୁଗ ଯନ୍ତ୍ରଣାରୁ ମୁକ୍ତି।


କଣ ଖୋଜୁଛୁ ଏତେ ଯେ !

ଏତେ ଧର୍ଷଣ, କଷଣ ଶୋଷଣ ଭିତରେ 

ବାଇଆ ହୋଇ !

ସତୀ ଚଉରାରେ

ଦେଢ଼ ହାତ ମାଟି କି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy