STORYMIRROR

Kabiratna Nutan Kumar Behera

Romance Inspirational

3  

Kabiratna Nutan Kumar Behera

Romance Inspirational

କମା ପୂର୍ଣ୍ଣଚ୍ଛେଦ

କମା ପୂର୍ଣ୍ଣଚ୍ଛେଦ

1 min
524

ତୁମ ସାଥେ ଜୀବନର ସମ୍ପର୍କ ଯେତେ 

ସାମୟିକ ବିଚ୍ଛେଦରେ ବି 

ଭଲ ଲାଗେନା ଜମା,

ଭାବ ଭାଷାର ସ୍ରୋତସ୍ଵନୀ ଧାରା 

ଲାଗେ ବହିଯିବା ପରି ଧିମା।


ତୁମର ମୋର ମତାନ୍ତର ବାକ୍ ଯୁଦ୍ଧ 

ପରେ ପରେ ଆସେ 

ଆଶଙ୍କାର ସବୁ ପ୍ରଶ୍ନବାଚୀ 

ନିର୍ବାକ୍ କରେ ଶୂନ୍ଯକାଳର ଶବ୍ଦମାନଙ୍କୁ 

ଲାଗେ ଏ ନୀରବତାର 

ଗୋଟେ ବିରାମ ଚିହ୍ନଟିଏ କମା, 

ମୂହୁର୍ତ୍ତଟିଏର ଅଣଦେଖା ମାନ ଅଭିମାନ 

ଗଡିଯାଏ ଚାଳ ଛପରରୁ ନିଗୁଡୁ ଥିବା 

ବର୍ଷା ଜଳ ପରି ଅବିଳମ୍ବେ 

ପରସ୍ପରର ହୃଦୟ କରେ ଯଦି କ୍ଷମା। 


ତୁମକୁ ନେଇ ଯେତେ ଆଶା 

ଗଣ୍ଠୁଲି କରି ସାଇତିଥିବା ସପନସବୁ 

ହଠାତ୍ ନିଦରୁ ଚେଇଁ ଉଠନ୍ତି 

ଆଖିରୁ ପୋଛି ଅବସାଦର ନେଞ୍ଜରା, 

ଡ଼ବଡ଼ବ ଆଖିରେ ଅନାଇଁ ଥାନ୍ତି 

ଆକାଶର ଶେଷସୀମା ଯାଏଁ 

ପୂରଣ କରିବାକୁ ଥାଏ ଯା' ଅଧୁରା।


ଦୁଃଖସୁଖର ଉଠା ପକା ଖେଳ 

ହସ ଲୁହରେ ଖେଳୁ ଖେଳୁ 

କାମନାର କଙ୍କାଳମାନଙ୍କ ମଧ୍ୟେ 

ଆସେ କେତେ ଅସମାହିତ ବିବାଦ, 

ସମାଧାନର ସୂତ୍ର ମନରେ ଥିଲେ ବି ଗୁନ୍ଥା 

ଆସେ ନାହିଁ କି ଦିଶେ ନାହିଁ କିଛି ପନ୍ଥା 

ଯବନିକାର ଅନ୍ଧାର ମାଡି ଆସି  

ଦୂରେଇ ଦିଏ ସବୁ ଭେଦାଭେଦ 

ପରଦା ଟାଣିଦିଏ ତାର ପୂର୍ଣ୍ଣଚ୍ଛେଦ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance