STORYMIRROR

ARCHANA DEO

Abstract Others

3  

ARCHANA DEO

Abstract Others

କଲମ

କଲମ

1 min
236

କଲମ କଥା କୁହେ

ହଁ ସେ କଥା କୁହେ

ଆମେ ଯାହା ମନ

ଖୋଲି କହିପାରୁନା

ତାକୁ ସେ ଲେଖିଦିଏ କାଗଜରେ

ସେ କେତେବେଳେ

ପ୍ରେମ ଭରା ଚିଠି

ଲେଖିଦିଏ ପ୍ରିୟତମ ଓ ପ୍ରିୟତମା ପାଇଁ

ତ ପୁଣି କେତେବେଳେ

ସାଜେ ବିଦ୍ରୋହର ଅଗ୍ନିଶିଖାଟିଏ

ଜୀବନର ପ୍ରତିଟି ପୃଷ୍ଠାକୁ ଲେଖି ଚାଲେ

ଏକ ଜାଗ୍ରତ ପ୍ରହରୀ ଭଳି

ଲେଖି ଚାଲେ ନିରନ୍ତର

ବୋହି ଚାଲେ ଯେପରି

ଅତଳ ସମୁଦ୍ର ପରି

ପୁଣି ସାଇତି ରଖିଛି ସେ

କେତେ ବୀରଙ୍କ ସ୍ମୃତି

ଆଗାମୀ ବଂଶଧରଙ୍କ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract