STORYMIRROR

ARCHANA DEO

Others

3  

ARCHANA DEO

Others

ତଥାପି ଲେଖା ସରେ ନାହିଁ

ତଥାପି ଲେଖା ସରେ ନାହିଁ

1 min
253

କଲମରୁ କାଳି ସରିଯାଏ

ହେଲେ କବିତା ଲେଖା ସରେ ନାହିଁ

ବାକି ରହିଯାଏ, ଜୀବନର ହସ୍ତାକ୍ଷର ପରି

ପୁଣି ଲେଖେ ପୃଷ୍ଠା ଉପରେ ପୃଷ୍ଠା

କ'ଣ ? ଲେଖି ବସେ

କ'ଣ ମନେ ମନେ ଗୁଣୁଗୁଣୁ ହୁଏ

ଖାତା ଧରି ବସି ଲେଖିଲା ବେଳେ

ସେ ସବୁକୁ ସାଇତି ଲେଖୁ ଲେଖୁ

ରାତି ପାହିଯାଏ, ସକାଳ ହୁଏ

ପୁଣି କଲମରୁ କାଳି

ସରି ସରି ଆସେ

ତଥାପି ଲେଖା ସରେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍