STORYMIRROR

ARCHANA DEO

Tragedy

3  

ARCHANA DEO

Tragedy

ବର୍ଷେ ପରେ

ବର୍ଷେ ପରେ

1 min
312

ସେଦିନ ସେଇ ରବିବାର, ପୁଣି

ଫେରି ଆସିଲା,ପୁଣି କିଛି କୋହ ଭରା ଚିଠି ସହ

ଆଉ ମନର ଆତଙ୍କିତ ଅଧ୍ୟ୍ୟାୟ 

ଖେଳିଗଲା ମୋ ଘର ଚାରି 

ପାଖେ, 

 

ହଁ ମୁଁ ସେହି ରାତି କଥା କହୁଛି

ଯେଉଁ ରାତିରେ ତୁମର ଲଣ୍ଠନ କାଚ 

ଭାଙ୍ଗି ଯାଇଥିଲା କିଛି ଭୟ ଭିତରେ

ସେହି ଗତ ବର୍ଷ ରାତି

କଥା ।

ଯେଉଁଠି ତୁମେ ଆଉ ମୁଁ 

ଶୂୂନଶାନ ରାତିରେ,

ବାହାରି ଥିଲେ ଜୀବନ ସହ

ଲଢେଇ କରି, କିଛି ତ୍ୟାଗ କରି

ସବୁ ସମ୍ପର୍କର ମୋହକୁ

ଦ୍ୱାହି ଦେଇ, ଏକ ନୂଆ 

ପ୍ରେମ ଅଧ୍ୟାୟକୁ ଆରମ୍ଭ 

କରିିିବା ପାଇଁ ।

ଯେଉଁଠି କିଛି ସ୍ୱପ୍ନ 

ନେଇ ନୂଆ ଏକ ସହର ଆଡ଼କୁ ମୁହାଁଁଇ ଥିଲେ ଆମେ ଦୁଇଜଣ

ସେଇଠି ସବୁ ଦେଖିଲି ମୁଁ ଛାଡଖାର

କିଛି ବି ମନୁଷ୍ୟତ୍ୱ 

ଦେଖିଲି ନାହିଁ, ସମସ୍ତେ ମାଦକ 

ନିଶାରେ ନିଶାଗ୍ରସ୍ତ 

 ସେଠୁ ଯାହା ମୁଁ ଅନୁମାନ କଲି

ତୁମର ଏସବୁ ଛଳନା,

ପ୍ରତାରଣା

ଛଡା ଆଉ କିଛି ନୁହେଁ

  ସେ ସବୁ ଆଜି ବି ମନେ ପଡେ

ନିରୋଳାରେ ବସି ଥିବା

ଚାରିକାନ୍ଥ ଭିତରେ

ଯେଉଁଠି ମୋ ଡେଣା କଟି 

ଯାଇଛି ତୁମର ଏହି ଅବାସ୍ତବ

ଦୁନିଆର ଭଙ୍ଗା ନିୟମରେ

ଆଜି ଜଳୁଛି, ଅନ୍ୟକୁ 

ଜଳାଉଛି ନିଜ ଲିପଷ୍ଟିକ୍ 

ପରସ୍ତରେ, 

ବେଳେ ବେଳେ କାନ୍ଦି ପକାଏ,ଭୟ

ପାଏ,ଏହି ଦୁନିଆର ରଂକ ଦେଖି

ହେଲେ ମୋତେ ଢଳିବାକୁ 

ପଡେ ନୂଆ ଏକ ମୁଖା ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy