ଘରଣୀ
ଘରଣୀ
1 min
959
ସେ ସବୁ ସମ୍ପର୍କର ମୂଲ୍ୟ ବୁଝେ
ସମସ୍ତଙ୍କୁ ଆପଣା ସ୍ନେହରେ
ବାନ୍ଧି ରଖେ।
ଘରର ଲକ୍ଷ୍ମୀ ସିଏ
ପୁଣି ଘରର ସରସ୍ୱତୀ
ବେଳ ଆସିଲେ ସାଜେ ବି ମା' କାଳୀ।
ତା'ର କେତେ ରୂପ ତା'ର କେତେ ତ୍ୟାଗ
ନିଜ ପରିବାର ପାଇଁ ସେ କରେ
ପରକୁ ଆପଣା, ଆପଣାକୁ ପର।
ସେ ନିଜକୁ ସଜାଡେ କେତେ ନୂଆ ଭୂମିକାରେ
କେତେବେଳେ ସ୍ତ୍ରୀର ଭୂମିକା ତ କେତେବେଳେ
ବୋହୂର ଆଉ କେତେବେଳେ ମାଆର ଭୂମିକାରେ।
ଘରର ସବୁ କାମ ଅତି ସୁରୁଖିରେ କରି ନିଏ
ରନ୍ଧାବଢା ଠୁ ଆରମ୍ଭ କରି ବାହାର ହିସାବ କିତାବ।
