Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ARCHANA DEO

Others

2.9  

ARCHANA DEO

Others

ଶେଷ ଅପେକ୍ଷା

ଶେଷ ଅପେକ୍ଷା

1 min
11.8K


ଦିନ ଯାଏ ରାତି ଯାଏ

ହେଲେ ତା ଫେରିବା

ହୁଏ ନା,

ଅପେକ୍ଷାର ସମୟ ଗଡି ଯାଏ

ଆଖିରେ ସ୍ୱପ୍ନ ମଉଳି ଯାଏ ।

ଅନ୍ଧାର ଘୋଟି ଆସେ

ଜରାଜୀର୍ଣ୍ଣ ଦେହରେ

ମୁଁ ତାର ଅପେକ୍ଷା କରେ

ପାଦ ଥାପି ଥାପି

ମୃତ୍ୟୁ ଦୁଆରେ ଡ଼ାକ ଦିଏ ।

କ୍ଲାନ୍ତ ଶରୀର, କ୍ଲାନ୍ତ ଅପେକ୍ଷାର

ସେ ସବୁର ସମାପ୍ତି ଘଟାଏ

ଦେହର ଚିହ୍ନ ବର୍ଣ୍ଣ ରୁହେ ନାହିଁ

ମାଟିରେ ମିଶି ଯାଏ

କେବଳ ରହିଯାଏ

ଅସ୍ଥି, କଙ୍କାଳ ଆଉ ଅପେକ୍ଷା।


Rate this content
Log in