STORYMIRROR

ARCHANA DEO

Others

4  

ARCHANA DEO

Others

ଚପଲ

ଚପଲ

1 min
17


ବୟସର ଅପରାହ୍ନରେ ଚପଲ

ସେ ଆଜି ଚୁପ୍, ତା'ର ଆଗମନ ଆଉ ଘଟିନାହିଁ

ସେ ସିଧାସଳଖ ଶୋଇ ପଡ଼ି ଭାବେ

ଅଲଣା କଥା, ଯେଉଁଠି ଜନ୍ମ ହୁଏ ତା'ର 

ପୁଣି ମୃତ୍ୟୁର ସୀମା ନିକଟରେ

ସାପସିଡ଼ି ପରି ଚାଲେ ତାହାର ଜୀବନ ନାଟିକା।


କେତେ ସେ ଆଶା କରି ନଥିଲା 

ବୟସର ଝୋଟି ତା' ଦେହରେ ନ ବାଜୁ

ସେ ଏମିତି ଚାଲିଥାଉ ଅସରନ୍ତି ପଥ ଦେଇ

ସମୟ ଗଡି ଚାଲୁ, ହେଲେ ବୟସ ସ୍ଥିର, ସବୁଜିମା ରହୁ

ତା'ର ଭାବନା ସବୁ ଅବାସ୍ତବ 

ଏହା କ'ଣ କେବେ ସମ୍ଭବ!

ନୁହେଁ ନା ସେ ବହୁତ ଭାବେ 

କଥାକୁ ଭାବି ଭାବି ହସି ହସି ଗଡ଼ିପଡ଼େ।


ସେ ଚାଲେ, ବହୁ କଣ୍ଟା ବୁଦା ଦେଇ 

ଚାଲି ଚାଲି,ଘୁଷୁରି ଘୁଷୁରି ଛଟପଟ ହୁଏ

ପଥରେ ଦେହର ଯନ୍ତ୍ରଣା ଅନୁଭବ କରି

ଆଗୁ ଆଗୁ ବଢ଼େ, କଞ୍ଚା ବୟସର ସମୟ ଆସ୍ତେ ଆସ୍ତେ

ସରି ସରି ଯାଏ, ତା'ର ଭାବିବାର

ବିଳମ୍ବ ଆଉ ରୁହେ ନାହିଁ 

ମୋର ଶେଷ ସମୟ ଖୁବ୍ ନିକଟତର

ଫିତା ପରେ ମୁଁ ବି ଘୋରି ଘୋରି ଦିନେ 

ନିଶ୍ଚଳ ହୋଇ ପଡିବି ଅଳିଆ ଗଦାରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍