STORYMIRROR

Arati Sahoo

Inspirational

3  

Arati Sahoo

Inspirational

କଲମ

କଲମ

1 min
14K


କଲମ ବନାମ ବନ୍ଧୁକ


କଲମ ମୂନ ନା ବନ୍ଧୁକର ଗୋଳା

କିଏ ସେ ଅଧିକ ଶକ୍ତିଶାଳୀ।

କଲମରୁ ଝରେ ଅଜସ୍ର ବିଚାର

ବନ୍ଧୁକ ଦିଅଇ ଲହୁ ତ ଢାଳି।

କେତେ କେତେ ବୀର ଢଳି ତ ଗଲେଣି

କଳନା କରଇ ଇତିହାସ।

ଲେଖନୀ ହିଁ ତାଙ୍କ ଗାଥା ରଚିଥାଏ

ବିତିଯାଉ ପଛେ ବର୍ଷ ମାସ।

କଲମ ଜଗାଏ ସ୍ଫୁର୍ତି ହିଆ ରେ

ଉଚ୍ଚ ଭାବ ମନେ ପୂର୍ଣ୍ଣ କରଇ।

କଲମ ଜଗାଏ ଶକ୍ତି ମନରେ

କଲମଟି ପରି କରାଏ ଜୟୀ।

ଅକ୍ଷର ର ଅଗ୍ନି ସ୍ଫୁଲିଙ୍ଗ ଜଳାଏ

ଅଗ୍ନି ଶୀଖା ଯେ ସାହସର।

ପ୍ରଜ୍ଜ୍ୱଳିତ କରେ ଲେଖନୀ ର ଭାବ

ଦେଶଭକ୍ତି ପରା ବନ୍ଧୁକର।

ବନ୍ଧୁକ ଗୁଳିର ଶାଣିତ ଆଘାତ

ନିମିଷକେ କରେ ବିଶ୍ୱଜୟୀ।

କଲମ ମୁନର ଶାଣିତ ଉକ୍ତି

କରିପାରେ ସିନା ମୃତ୍ୟୁଞ୍ଜୟୀ।

କଲମ ବିହୁନେ ବନ୍ଧୁକର କୁହ

ଅସ୍ତିତ୍ଵ କାହିଁ ଏହି ଧରାରେ।

କଲମଟି ସିନା ପୂର୍ଣ୍ଣ କରିପାରେ

ସମଗ୍ର ଧରାକୁ ଏକ ସରାରେ।


ଆରତୀ ସାହୁ (ଆଶା)



Rate this content
Log in

Similar oriya poem from Inspirational