STORYMIRROR

Prasanta kumar Hota

Fantasy Others

2  

Prasanta kumar Hota

Fantasy Others

କଳ୍ପନାର ଗୀତ -54

କଳ୍ପନାର ଗୀତ -54

1 min
6.9K


ମନସ୍ଵିନୀ ତୁମେ ମନ୍ଦାକିନୀ ପରି

ଅବିରତ ବହୁଥାଅ

ତୁମଶ୍ରୀ ରୂପକୁ ଦେଖୁଥିବି ଦୂରେ

ଯେତେ ଦୂର ଯାଉ ଥାଅ।


ନଥିବ ଭାବନା ବିରହୀ ମନର

ପିପାସାର ଉନ୍ମାଦନା

ଅନାଘ୍ରାତ କରି ପାପର ବାସନା

ନେଉଥିବ ମନୁ ତୃଷ୍ଣା


ଅପରୂପା ବୋଲି ସପନ ପଲକେ

ଦେଖୁଛି ତନ୍ଦ୍ରାରେ ବସି

ତୁମେ କି ଜୀବନ ପ୍ରେମ ତୀର୍ଥାଟନ

ପ୍ରଣୟର ଗଙ୍ଗା କାଶୀ।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Fantasy