STORYMIRROR

Prasanta kumar Hota

Fantasy Others

2  

Prasanta kumar Hota

Fantasy Others

କଳ୍ପନାର ଗୀତ -54

କଳ୍ପନାର ଗୀତ -54

1 min
7K


ମନସ୍ଵିନୀ ତୁମେ ମନ୍ଦାକିନୀ ପରି

ଅବିରତ ବହୁଥାଅ

ତୁମଶ୍ରୀ ରୂପକୁ ଦେଖୁଥିବି ଦୂରେ

ଯେତେ ଦୂର ଯାଉ ଥାଅ।


ନଥିବ ଭାବନା ବିରହୀ ମନର

ପିପାସାର ଉନ୍ମାଦନା

ଅନାଘ୍ରାତ କରି ପାପର ବାସନା

ନେଉଥିବ ମନୁ ତୃଷ୍ଣା


ଅପରୂପା ବୋଲି ସପନ ପଲକେ

ଦେଖୁଛି ତନ୍ଦ୍ରାରେ ବସି

ତୁମେ କି ଜୀବନ ପ୍ରେମ ତୀର୍ଥାଟନ

ପ୍ରଣୟର ଗଙ୍ଗା କାଶୀ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy