କଳ୍ପନା କ୍ରମଶଃ
କଳ୍ପନା କ୍ରମଶଃ
କଳ୍ପନା କବିର ଚାତୁରୀ
କଳ୍ପନା ହିଁ ସୃଷ୍ଟି ର ସର୍ଜ୍ଜନା
ମଣିଷ ର ଅନ୍ତର୍ନିହିତ ଶକ୍ତିର ବିକାଶ
ଏକ ଆଭ୍ୟନ୍ତରୀଣ ଶୋଷ
ଏକ ନୂତନ ସୃଷ୍ଟି ର ଆକାଶ।
କଳ୍ପନା ଶକ୍ତିର ବିକାଶ,ପ୍ରତି ମୁହୂର୍ତ୍ତରେ
କଳ୍ପନା ର ଉନ୍ନତି କରଣ ସକଳ କ୍ଷେତ୍ରରେ
କଳ୍ପନାରେ ଅଛି ଭବିଷ୍ୟତ
ଅତୀତ ବର୍ତ୍ତମାନ ବି ନିହିତ
କଳ୍ପନା ହିଁ ପ୍ରଗତି ର ଉଡାଣ।
କଳ୍ପନା ଏକ ଶାନ୍ତ ନୀରବ କବର
କଳ୍ପନାରେ ନୂତନତ୍ବ ର ମୂଳଦୁଆ ଓ ଜୀବନ।
କଳ୍ପନା, ନାରୀ ର ସୋନ୍ଦର୍ଯ୍ୟ
କଳ୍ପନା, ଶରୀର ର ଜୀବନ
କଳ୍ପନା, ମନ ର ଜ୍ଞାନ
କଳ୍ପନା ହେଉଛି ଅନ୍ତରୀକ୍ଷ ।
କଳ୍ପନାରେ ସଫଳତା ଛୁଇଁବାକୁ ଅବକାଶ
କଳ୍ପନା, ଏକ ମିଥ୍ୟା ଭାବନା
କଳ୍ପନା, ଏକ ଦର୍ପଣ
କଳ୍ପନା ହିଁ ଗୌତମ ବୁଦ୍ଧଙ୍କ ବିଶ୍ୱାସ
କଳ୍ପନା ହିଁ ଭାବନା ର ନୀତି
କଳ୍ପନା ହିଁ ଇଶ୍ୱରଙ୍କ ପ୍ରତି ବିଶ୍ଵାସ।
କଳ୍ପନା, ଏକ ଶୂନ୍ୟତା
କଳ୍ପନା, ଏକାକୀ ନିଜସ୍ଵ
କଳ୍ପନା ଏକ ଭାବନା
କଳ୍ପନାରେ ଭାବ, କଳ୍ପନାରେ ଅଭାବ
କଳ୍ପନାରେ ଅଜଣା, ଅଜ୍ଞାତ ମୂର୍ତ୍ତି ପୂଜା।
କଳ୍ପନାରେ ଆଖିର ଝଲକ
କଳ୍ପନାରେ ବେଦନା ଜଡ଼ିତ
କଳ୍ପନାରେ ଝଡ ସମୁଦ୍ର ଭିତରେ
କଳ୍ପନାରେ ବି ଜଳ ଶୂନ୍ୟ ବିଶାଳ ସାଗର।
କଳ୍ପନାରେ ସୁନ୍ଦରୀ ଦର୍ଶନ
କଳ୍ପନାରେ ପ୍ରୀତିର ପରଶ
କଳ୍ପନାରେ କାବ୍ୟ କବିତା
କଳ୍ପନାରେ ହୃଦୟର ନିଷ୍ଟୁର ଶୂନ୍ୟତା।
କଳ୍ପନାରେ ବୈକୁଣ୍ଠ ଭୁବନ
କଳ୍ପନାରେ ସମଗ୍ର ବିଶ୍ବ ଭ୍ରମଣ
କଳ୍ପନାରେ କେବଳ କଳ୍ପନା, ପରିକଳ୍ପନା ।।
