STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

''କଳିଯୁଗ ଝିଅ ମୁଁ'

''କଳିଯୁଗ ଝିଅ ମୁଁ'

1 min
429

କଳିଯୁଗ ଝିଅ ମୁଁ

ବୁଝିଛ କି କେ ମୋତେ

ମୋ ଜୀବନେ ଭରିଛି

କଳା ବାଦଲ କେତେ।୧।


ହଜାରେ ଟୋକା ମୋର

ଆଗେ ପଛେ ବୁଲନ୍ତି

କିଏ କେତେ କହିଣ

ଫୁଲ ମୋତେ ଦିଅନ୍ତି।୨।


ନାରୀ ନୁହେଁ ଯେ ମୁହିଁ

ଗୋଟେ ଗୋଲାପ କଢି

ମୋ ଦେହେ କଣ୍ଟା ଅଛି

ନ ଆସ ପାଖ ଭିଡି।୩।


ଜଳି ଯିବ ତୁମେ ଯେ

ଦେଖି ଝଲକ ମୋର

ବରବାଦ ନ ହେଇ

ଚାଲ ବାଟ ନିଜର।୪।


ମୁଁ ରାଣୀ ମହୁମାଛି

ନାହିଁ ଯେ ମୋର ଘର

ଏଠି ସେଠି ସବୁଠି

ଥାଏ ମୋର ନଜର।୫।


ବାର ମାସି ଚଢେଇ

ନାହିଁ ବସାଟେ ମୋର

ମନ ବି ନାହିଁ ଆରେ

କରିବା ପାଇଁ ଘର।୬।


କାହିଁ ବାଉଳା ହେବ

ଘୁରି ପଛେ ମୋହର

ମୁଁ ପରା ଉପଭୋଗ୍ୟ

ସମ୍ଭ୍ରାନ୍ତ ଜନତାର।୭।


ମୋ ଠି କରନି ଆଶା

ନୁହେଁ ମୁଁ କା ଭରଷା

ଦିଗ ହରା ନାରୀଟେ

ଲିଭି ଯିବି ସହସା।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational