Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

କଳିକାର ପ୍ରଶ୍ନ

କଳିକାର ପ୍ରଶ୍ନ

1 min
191



ଅର୍ଦ୍ଧ ପ୍ରଷ୍ଫୁଟିତ କଳିକା ଟିଏ ସେ

ଅସୁମାରୀ ସ୍ୱପ୍ନରେ

ହୃଦୟଟି ତା'ର ଛନ୍ଦା

ପ୍ରଷ୍ଫୁଟିତ ହେବ ବାସ ଭରିଦେବ

ସୁନେଲି ସ୍ୱପ୍ନରେ ହୃଦୟ ବନ୍ଧା।


ହେଲେ,

ଅର୍ଦ୍ଧ ମୁକୁଳିତ ପାଖୁଡା ଟି ତା'ର

ଅଧାରେ ଦେଲାକେ ହାଣି

ସୌନ୍ଦର୍ଯ୍ୟ ର ସମ୍ଭାର ବୁଣିବା ପୂର୍ବରୁ

ପାଖୁଡା ଗୁଡିକ ଗୋଟି ଗୋଟି ହୋଇ

ମାଟିରେ ପଡିଲା ବୁଣି ।


ସ୍ୱପ୍ନ ତା'ଅନେକ ନଭଶ୍ଚୁମ୍ବୀ ଥିଲା

ହେଲେ ଅକାଳେ ପଡିଲା ଝରି

କେଉଁ ବିଟପର କବଳେ ପଡିଲା

ସ୍ୱପ୍ନ ବୁଣିବା ପୂର୍ବରୁ

ସମୟ ତା' ଗଲା ସରି ।


ନିରୀହ କଳିଟି ପଚାରୁଛି ପ୍ରଶ୍ନ

କିଏବା ଉତ୍ତର ଦେବ

କେଉଁ ଦୋଷ ଲାଗି ତା'ର ଏ ଅବସ୍ଥା

ଚଳ ଚଞ୍ଚଳ ଶରୀର ଟି ତା'ର

ହୋଇଗଲା ଆଜି ନିର୍ଜୀବ ?


Rate this content
Log in