କ୍ଳାନ୍ତ ଅପରାହ୍ନ
କ୍ଳାନ୍ତ ଅପରାହ୍ନ
କାଲି ବୋଧେ ଥିଲା
ତୁମ ସହ ମୋ ମିଳନର
ଶେଷ ଦସ୍ତଖତ
ତୁମେ ଆଉ ମୁଁ ହାତ ଧରା ଧରି ହୋଇ
ଚାଲୁଥିଲେ ଜୀବନର ସବୁତକ ବାଟ
ଭିଡ ଭିତରେ ବି l
ଆମେ ଚାଲିଥିଲେ ଦୁହେଁ ସାଙ୍ଗ ହୋଇ
ଦୁଃଖ ସୁଖ ବାଣ୍ଟୁ ଥିଲେ ଦୁହେଁ
ଲୁହ ଲହୁ ପିଇ
କେତେ ଖୁସି ହୋଇ ଆମେ l
ପୋତି ଥିଲେ ଗଛ
ଶାଖା ମେଲି ଠିଆ ହେଲା ପରେ
ଆମେ ଦୁହେଁ ଆଜି ପର୍ଯ୍ୟଟକ
ମୋ ଆଖିରୁ କାଲି ଯେଉଁ l
ଲୁହ ଝରୁ ଥିଲା
ସେତ ଲୁହ ନୁହେଁ ତୁମ ପ୍ରେମର
ଶେଷ ସ୍ପର୍ଶ ଥିଲା
ତମାମ ସ୍ୱପ୍ନ ଆଜି ଆମ ହେଲା ରଫ୍ ଖାତା l
ଟୁକୁଡା ଟୁକୁଡା କରି କଲେ ଭାଗ ବଣ୍ଟା
ଶେଷରେ ବଣ୍ଟା ହେଲା ଆମ ସ୍ନେହ ପ୍ରେମ
ଜୀବନ ପଥଟା ଏବେ ଅଲଗା ଅଲଗା
ଏହା ନୁହେଁ ଯମା ଭ୍ରମ l
ଯନ୍ତ୍ରଣା ପରେ ଯନ୍ତ୍ରଣା ଏବେ
ପାଲଟିଛି ମୋ ହୃଦୟ ର କୋହ
ବୟସର କ୍ଳାନ୍ତ ଅପରାହ୍ନ ରେ
ତୁମଠୁ ଅଲଗା ହୋଇ ତୁଟି ଯାଇଛି ହୃଦୟରୁ
ତୁମ ପ୍ରେମିକା ହେବାର ଅହଂ l
