STORYMIRROR

Sarada Parida

Inspirational Abstract Others

2  

Sarada Parida

Inspirational Abstract Others

କଳାକାଚର ଝରକା

କଳାକାଚର ଝରକା

1 min
13.6K


ସେଇ କଳା କାଚ ତଳେ

ତମେ ଦୁନିଆକୁ ଦେଖିପାର

ମୁଁ ଲୁଚାଏ ମୋ ବାସ୍ତବତା

ତମେ ଅନାୟାସରେ

ପରଖିପାର ଚରିତ୍ର

ବର୍ତ୍ତମାନ ,

ଯୋଗ୍ୟ ଅଯୋଗ୍ୟର ପରିଭାଷା ।

କାଚର ଏପାଖରୁ

ମୁଁ ପଢିବାକୁ ଚେଷ୍ଟା କରେ

ଅବାସ୍ତବ ପ୍ରେମ ର ଦୁନିଆ

ତମେ ମୁହଁ ମୋଡି ଚାଲିଯାଆ

ସ୍ଵପ୍ନ ଫେରନ୍ତି

ଫେରିବାକୁ ଇଚ୍ଛାହୁଏ

ଇଛାମାନଙ୍କୁ ମୋଡି ମକଚି

ଆଖି ଫେରେଇ

ଆଉ କେହି ଦେଖିନେବା ଆଗରୁ ।

ତୁମ ତିର୍ଜକ ନଜର

ଅନେକ କିଛି ହୁଏ ।

ଅର୍ଥ ଅବାସ୍ତବ

ତୁମେ ହସ କେବେ କେବେ

ମୁଁ କଳ୍ପନାବିଳାସୀ ହୁଏ

ମୋ ଆଖିରେ

ଅନେକ ପ୍ରଶ୍ନର ଫୁଆର

ଅର୍ଥ ବୁଝାପଡେନି

ସବୁକିଛି ଶଙ୍କୁଞ୍ଚିତ ହୁଅନ୍ତି

ପ୍ରେମ ବି

ସ୍ଵପ୍ନ ବି

କାମନା ବି

ତେଣିକି ରହିଥାଏ କେବଳ

ଆମ ଭିତରେ

ସେ କଳାକାଚର ଝରକାଟାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational