STORYMIRROR

DILIP KUMAR SAHOO

Romance

4.1  

DILIP KUMAR SAHOO

Romance

କଳାହାଣ୍ଡିଆ କଳାମେଘ

କଳାହାଣ୍ଡିଆ କଳାମେଘ

1 min
116


 

  ମୁଁ କଳାହାଣ୍ଡିଆ କଳା ମେଘ ଖଣ୍ଡେ

  ଭିଜେଇ ଦେବିଲୋ ତୋତେ

  ନବରଙ୍ଗପୁର ରଙ୍ଗ ମୁରୁଜରେ

   ରଙ୍ଗେଇ ଦେବିଲୋ ସତେ 


  ଉତେଇ ନଈର ଦୁଇ କୂଳେ ମୋର

  ସୁନାର ସୋରିଷ କ୍ଷେତ

  ଦେଖେଇ ନେବିଲୋ ଡଙ୍ଗର ସେପାରି

  ଚଇତି ପରବ ଯାତ

  ଆମପାଣି ଘାଟି ଦଶରା ହାଟରେ

  କାଚ ନାଇଦେବି ହାତେ

  ଭିଜେଇ ଦେବିଲୋ ତୋତେ..


  ଫୁରୁଲି ଝରଣ ଫୁଲେଇ ଫଗୁଣ

  ଚୋରିକରି ନେଉ ନିଦ

  କୁରେହି ଫୁଲତୁ ଖୋଷାରେ ଖୋସିଲେ

  ସପନ କରଇ ବାଦ

  ଘୁମୁରା ବଜାରରେ ସଜେଇ ଦେବିଲୋ

  ଚିଚେଇପଦର ପାଟେ

  ଭିଜେଇ ଦେବିଲୋ ତୋତେ..


   

   

   

   

   


Rate this content
Log in

Similar oriya poem from Romance