STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

କଳାଚାନ୍ଦ

କଳାଚାନ୍ଦ

1 min
22


କିଏ କହେ କଳାଗୋବିନ୍ଦ ସୁନାଚାନ୍ଦ 

କିଏ କହେ ଅସରା ପସରା କଳାଗୋବିନ୍ଦ 

କହ୍ନେଇ ସେ ଜାଣେ କେତେ ଛନ୍ଦ ଓ ଛାନ୍ଦ 

ନନ୍ଦ କୋଳେ ସିଏ ମାଣିକ ଚାନ୍ଦ ମୁକୁନ୍ଦ 

ପସରାରେ ତାର କଳ କୌଶଳ ରଖି 

ହସୁଥାଏ କଳା ଗୋବିନ୍ଦ ଭାରି ମୁଚୁକୁନ୍ଦ 

ଟିକି ପିଲା ହୋଇ ନାଚେ ଥେଇ ଥେଇ 

ବନମାଳୀ କଳା ଗୋବିନ୍ଦ 

ତୋ ବିନା ଭକ୍ତ ଅନ୍ଧ 

ମୁକ୍ତିର ପସରା କେବଳ ଆଶରା ଗୋବିନ୍ଦ 

ଭାବର ଡୋରିରେ ତାକୁ ଥରେ ବାନ୍ଧ 

ଛୋଟା ଚାଲିବ ବାଟ ଚକ୍ଷୁ ପାଇବ ଅନ୍ଧ 

ଜପ କଳାମୁକୁନ୍ଦ କଳାଗୋବିନ୍ଦ 

କହିଦିଅ ଥରେ ମୁକ୍ତି ଛନ୍ଦ ଓ ଛାନ୍ଦ 

ପାରି ହେବା ପାଇଁ ଏ ଭବ ଭଜ ଗୋବିନ୍ଦ 

ଜୀବନରେ ଅନେକ ଦ୍ଵନ୍ଦ ଜାଣେ ସେ ଆଦିକନ୍ଦ 

ମୁକ୍ତି ପାଇବାକୁ ପଥ ଓ ପାଥେୟ ପସରା ବାନ୍ଧ 

 ଏକା କଳାଗୋବିନ୍ଦ ଜାଣଇ ସନ୍ଧି ଓ ରନ୍ଦ୍ର 

କେମିତି କମିବ ପାପର ଘଡ଼ା ଜାଣେ ସେ ଗନ୍ଧ 

ଅପରାରେ ତାର ଅସରା ପଦାର୍ଥ ସିଦ୍ଧ ଓ ସୁଗନ୍ଧ 

କାହାକୁ ରଖିବ କାହାକୁ ମାରିବ ଜାଣେ ଛିଦ୍ର 

କଳାମୁକୁନ୍ଦ ସେ ହସରେ ଆଖିରେ ପକାଇ ବନ୍ଧ 

କହୁଥାଏ ଭକ୍ତ ମନ ଜାଣି ଫଳ ବନ୍ଧ ତୁ ବାନ୍ଧ 

ଜିଣିବୁ ଜଗତ ପାଇବୁ ମୁକତି ପଥ ଅନିନ୍ଦ୍ୟ 

ସତ୍ୟ ସନାତନ ଭାବନା ଯାହାର ରୁହ ନିଶ୍ଚିନ୍ତ 

ଖୋଲିଯିବ ପଥ କରିବେ ଆଦୃତ କଳାସାଆନ୍ତ 

ଗ୍ରୀଷ୍ମର ଉତ୍ତାପ କରି ଶୀତଳ ଆହେ ଗୋବିନ୍ଦ 

ପଣା ପିଇ କରି ସର୍ବେ ମନ ଆନନ୍ଦ ହେ କଳାଚାନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract