Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Classics

3  

SUJATA DAS

Classics

କଳା ଜହ୍ନ

କଳା ଜହ୍ନ

1 min
237


ତୁମେ ପରା ମୋର 

   ହୃଦର ସ୍ପନ୍ଦନ 

      କଳା ଜହ୍ନ କଳାସାଇଁ 

ଦିବସ ରଜନୀ 

   ମନ ଝୁରୁଥାଏ 

       ଆନ କିଛି  ଚିନ୍ତେ ନାଇଁ ।

ତୁମ ଦୁଇ ଆଖି 

   ଜୀବନ ଚକ୍ର ମୋ 

      ପ୍ରଶ୍ୱାସ ଯାଇଛି  ହୋଇ 

ମାନସ ପଟ ଳେ 

   ଆଙ୍କି ଦେଇଛି ମୁଁ 

      ପ୍ରୀତି ଭରା ରଙ୍ଗ ଦେଇ ।

ସ୍ମିତ ହସ ତୁମ 

   ମୋ ହୃଦ ଚନ୍ଦନ 

    .  ଶୀତଳତା ଯାଏ ଛୁଇଁ 

ଗଭୀର ନିଶୀଥେ 

   ତୁମ ବଂଶୀ ସୁରେ 

      ଯାଏ ମୁଁ ବିଭୋର  ହୋଇ ।

ଆଉ ଥରେ ତୁମେ 

   ସାଜନ୍ତନି ଧନ 

      ମୋ ପାଇଁ କଳା କହ୍ନେଇ 

ତୁମ ଓଠେ ମୁହିଁ 

   ସାଜନ୍ତି ବଇଁଶୀ 

      ତୁମରି ସାନିଧ୍ୟ  ପାଇ ।


Rate this content
Log in

Similar oriya poem from Classics