STORYMIRROR

ଦେବେନ୍ଦ୍ର ମହାନ୍ତି

Classics

3  

ଦେବେନ୍ଦ୍ର ମହାନ୍ତି

Classics

କଲି ସକାଳକୁ

କଲି ସକାଳକୁ

1 min
187


ମୁଁ ଜାଣିଛି କାଲି ପୁଣି ଆସିବ ସକାଳ

ପୁନର୍ବାର ଉଠିବେ ସୂର୍ଯ୍ୟ ଧୂଆଁଳିଆ ଆକାଶ ଛାତିରୁ

ମଉଳିଯିବ ଜହ୍ନର ଆଲୁଅ 

ଲିଭିଯିବ ଯେତେସବୁ ଛଵି

ଆପେ ଆପେ ଭୁଲି ହୋଇଯିବ ଯେତେସବୁ ଦୁଖଃ ଶୋକ ଅପମାନ ଅପ୍ରାପ୍ତି

ଯେତେସବୁ ସ୍ମୃତି ଵିଗତ କାଲିର।

କାଲି ସକାଳ ହେଲେ ସ୍ୱପ୍ନର ମଧୁବନରେ ଫୁଲାହୋଇ ଫୁଟି ପଡିବେ ଆଶା ବିଶ୍ଵାସ ଭରସା ଜୁଇ ଜାଇ ମାଳତି ରୁପରେ, ଖୋଜା ଚାଲିବ ଦୁଃଖକୁ,ଶୋକକୁ ଜନ୍ତ୍ରଣାକୁ, ଅବସାଦ ଵା ବିଷାଦକୁ ଅତିକ୍ରମିବାର ନୂତନ କୌଶାଳ ।

କିନ୍ତୁ କାଲି ସକାଳକୁ ହୁଏତ ଏମିତିବି ହେଇପାରେ

କହିବି କହିବି ଭାବି ନକହିପାରିଥିବା ହୃଦୟଭିତରର 

ଯେତେଯେତେ ଗୋପନ କଥାସବୁକୁ କହିଲା ବେଳକୁ ଶବ୍ଦରେ କି କବିତାରେ ଲେଖିଲା ବେଳକୂ ଲୁହରେ କି ଲହୁରେ ଶବ୍ଦସବୁ ନଦୀହୋଇ ହଜିଯିବେ ସମୁଦ୍ର ଛାତିରେ।

ଅଚାନକ ଚାଲୁଚାଲୁ ଅଟକିଯିବ ପାଦ ଗମଗମ ଝାଳବହିଯିବ

ରୁନ୍ଧିହୋଇ ଆସିବ ନିଃଶ୍ଵାସ ବହିଯିବ ଅଣଚାସ ପବନ

ଚତୃଦିଗ ଦିଶିବ ଖାଲି ଅନ୍ଧାର ଅନ୍ଧାର।

ହୁଏତ ମୁଁ ଆଉ ନଥିବି ପୋଛିବାକୁ

ଲୁହ ଜୁଡୁବୁଡୁ ଆଖିର କାକୁସ୍ଥଭାବ ଥରଥର ଓଠର ଅସହାୟତା ଇଛାନଥିବ ଭିଜିବାକୁ ତୁହାତୁହା ଶ୍ରାବଣ ଅବା ଅସରା ଅସରା ଜହ୍ନ ଆଲୁଅରେ।

କୌଣସି ଉତେଜନା ନଥିବ ପାଖରେ ବସି ହାତରେ ହାତରଖି ଶପ୍ତର୍ଷି ଦେଖିବାର ଅନୁନୟ କଲେ ।

କିଛିବି ପ୍ରଭେଦ ନଥିବ,ଆଲୁଅ ଅନ୍ଧାର ଥିବା ନଥିବା, ଦିନରାତି,ଆନନ୍ଦ,ଯନ୍ତ୍ରଣା ଆଶଭରସା ଭୁଲିଯିବା ମାନେରଖିବାରେ ।

 ଏଣୁଆସ କାଲି ସକାଳ ହେବା ପୂର୍ବରୁ ଅନ୍ତତଃ ଶେଷଥର ପାଇଁ କଥାବାର୍ତ୍ତା ହେବା ଯେତେଯେତେ ଗୋପନ କଥାସବୁ 

ଏ ଜୀବଦ୍ଦଶାରେ ଯାହାକେବେ,ମୁହଁ ଖୋଲି କହି ପାରିନାହେଁ

ଲେଖିପାରି ନାହେଁ ଛନ୍ଦରେ କି କବିତାରେ।

କେଉଁଥି ପାଇଁ ଛିଡିଗଲା ପ୍ରୀତିରଜୁ ଭାଙ୍ଗିଗଲା ସମ୍ପର୍କର ସେତୁବନ୍ଧ 

ଛାଇଗଲା ନିଃସଙ୍ଗତାର କଳା ବାଦଲ

କେଉଁଥି ପାଇଁ କହିପାରି ନଥିଲି ତୁମ ଆଖିରୁ ଲୁହ ଝରିଲେ ମୋ ଛାତିରୁ ରକ୍ତ ଝରୁଥିଲା

ତୁମ ପାଦରେ କଂଟାଫୁଟିଲେ ଯନ୍ତ୍ରଣାରେ ଛଟପଟ ହେଉଥିଲା ଜୀବନ

କହିବି କେତେ କଷ୍ଟ ଲାଗିଥିଲା ନିଯକୁ ଦୁରେଇ ଦେବାକୁ ତୁମ ସ୍ମୃତିରୁ।


କେତେ କଷ୍ଟଲାଗେ ସେଇ ବାଟଦେଇ ଗଲାବେଳେ

ଯେଉଁଠି ଦିନେ ତୁମେ ସମର୍ପି ଦେଇଥିଲ ନିଜକୁ ଫୁଲପରି

ମିଶିଯାଇଥିଲ ମୋ ନିଃଶ୍ବାସ ରକ୍ତ ଶିରାପ୍ରଶିରାରେ

କହିବି କେତେ ବିରହ ଯନ୍ତ୍ରଣା ଭୋଗିଛି ଆଜୀବନ

ତୁମ ନଥିବାର ପ୍ରତିମୁହୂର୍ତ୍ତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଦେବେନ୍ଦ୍ର ମହାନ୍ତି

Similar oriya poem from Classics