STORYMIRROR

ଦେବେନ୍ଦ୍ର ମହାନ୍ତି

Romance Tragedy

4  

ଦେବେନ୍ଦ୍ର ମହାନ୍ତି

Romance Tragedy

ପ୍ରିୟତମା

ପ୍ରିୟତମା

1 min
255


ତୁମେ ହୁଏତ ଅନେକ ରାତିରେ 

ହାତରେ ହାତ ଛନ୍ଦି ଅଧରେ ଅଧର ଯୋଡ଼ି,ଆଖିରେ ଆଖି ମିଶାଇ, ଛାତିରେ

ମୁଣ୍ଡ ରଖି ପଚାରିଛ 

ସତ କୁହ ତୁମେ ମୋତେ କେତେ ଭଲପାଅ?

ମୋ ନଥିବାର ପ୍ରତି ମୁହୂର୍ତ୍ତରେ, କେତେଥର ଅନ୍ୟମନସ୍କ ଆନମନା ହୁଅ

ମୁଁ ମାନୁଛି ହୁଏତ ମୁଁ କହିପାରି ନାହିଁ

ଓଠରେ କି ଆଖିରେ ଲେଖିପାରି ନାହିଁ ଲୁହରେ କି ଲହୁରେ

କେମିତି ମୁଁ ଉଜାଗର ରହେ ରାତିପରେ ରାତି 

ହୃଦୟ କ୍ଷତାକ୍ତ ହୁଏ ଶୋକରେ କୋହରେ, ଛାତିପରେ ବିରହର ନିଆଁ ଜଳେ

ଯନ୍ତ୍ରଣାର ପାହାଡ ଛିଡେ ତୁମ ନ ଥିବାର ପ୍ରତି ମୁହୂର୍ତ୍ତରେ ।


ମୁଁ କହିବି କେମିତି ଲୁହ ଲହୁ ଏକାକାର ହୁଏ

ଗମଗମ ଝାଳ ବହିଯାଏ

ରୁନ୍ଧି ହୋଇ ଯାଏ ନିଃଶ୍ବାସ, ବହିଯାଏ ଅଣଚାଷ ପବନ

ବଉଦର ବହଳ ପରଦା ଭିତରେ ସୁର୍ଯ୍ୟ ଲୁଚିଯାଏ

ଚତ୍ରୁଦିଗ ଅନ୍ଧାର ଅନ୍ଧାର ଦିଶେ

ଡେଣାହିନ ପକ୍ଷୀଟି ପରି ଅସହାଏ

ଖାଲି ଯାହା ଛଟପଟ ହୁଏ ।

କେବେ କେବେ ଇଚ୍ଛା ହୁଏ ଦୌଡି ଯିବାକୁ ସେଠାକୁ,ସେହି ଏକାନ୍ତ ନିଃଶଙ୍ଗ ସ୍ଥାନକୁ

ଯେଉଁଠି ପର୍ବତ ଗଗନ ଚୁମ୍ବେ ସମୁଦ୍ରଟା ଖୁବ ଶାନ୍ତ ଦିଶେ ।

ଯେଉଁଠି ଦୁଃଖ ହେଉକି ସୁଖ ହର୍ଷ ହେଉକି ବିଷାଦ

ଖରା ହେଉ କି ଛାଇ ଶୀତ ହେଉ କି ବସନ୍ତ

ଯେଉଁଠି ଝୁଣ୍ଟି ଝୁଣ୍ଟି ଚାଲିବାର କ୍ଲେଶ ସରିଯାଏ,ସବୁକିଛି ଏକାତ୍ମ ଏକାତ୍ମ ଲାଗେ ।

ଯେଉଁଠି ନଈ ଆଉ ନଈକୂଳ ବାଲି

ଗଛପତ୍ର ପାହାଡ ଆକାଶ।


ଶାଗର ଏକାତ୍ମ ହୁଏ ନୀଳମେଘି ଆକାଶ ଛାତିରେ

ବିଶ୍ରାମର ପୁନର୍ମିଳନର ଆଲୋକିତ ସୁଖ ରହିଥାଏ,ଠିକ ସେଇଠି ଖୁବ ଯୋରରେ ଗଳାଫଟାଇ

ଚିତ୍କାର କରି ଡାକନ୍ତି,ତୁହା ତୁହା ହୃଦୟ ଉଛୁଳା ଡାକ 

ପବନରେ ପ୍ରତିଧ୍ୱନିତ ହୁଅନ୍ତା ତୁମ ନାଁ

ପକ୍ଷୀମାନେ ଉଡିଯାନ୍ତେ କହିବା ପାଇଁ

ତୁମ ବିନା ତୁମ ନଥିବାର ପ୍ରତିଟି ମୋ

ଏକାନ୍ତ ବେଳାର ନିଃଶଙ୍ଗ ମୁହୂର୍ତମାନେ,ନିରୀମାଖି ଦୁଃଖମାନେ ହୃଦୟର, କୋହମାନେ କେମିତି ଖୁମ୍ପି ଖୁମ୍ପି

କ୍ଷତାକ୍ତ କରନ୍ତି ରକ୍ତ।କ୍ତ କରନ୍ତି ତୁମ

ନଥିବର ପ୍ରତି ମୁହୂର୍ତ୍ତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଦେବେନ୍ଦ୍ର ମହାନ୍ତି

Similar oriya poem from Romance