STORYMIRROR

ଦେବେନ୍ଦ୍ର ମହାନ୍ତି

Romance

3  

ଦେବେନ୍ଦ୍ର ମହାନ୍ତି

Romance

ଥରୁଟିଏ

ଥରୁଟିଏ

1 min
405


ଥରୁଟିଏ ମୋ ହାତରେ ହାତ ଥାପି ଦେଖ

ଦେଖିବ ତୁମର ଅବଶୋଶ ଦୁଃଖ ଯନ୍ତ୍ରଣା ସବୁ

ପୋଛିଦେବି ଆନ୍ତରିକତାର ପଣତ କାନିର

ସୁଖର,ଶାନ୍ତିର ବିଶ୍ୱାସର ତରାଫୁଲ ସବୁ

ବିଛେଇ ଦେବି ଏକାନ୍ତ ନିଃଶଙ୍ଗ ତୁମ ଶୁନ୍ୟ ଅଗଣାରେ

 ଥରୁଟିଏ ହାତ ଥାପି ଦେଖ

  ହାତ ଧରି ନେଇଯିବି ତୁମ ଶୂନ୍ୟତାର ଉପତ୍ୟକାରୁ

  ମୋ କୋଳାହଳମୟ ପୃଥିବୀ ଆଡ଼କୁ

 ଯେଉଁଠି ସ୍ମୃତିମାନେ କଡ ଲେଉଟାଇବେନି

 ଫେରିବନି ଲୁହର ଶ୍ରାବଣ

 ତଟିଯିବ କଞ୍ଚାଦେହ ଜହ୍ନର ଚୁମାରେ

 ସୃଷ୍ଟିହେବ ନୂଆ ଶିହରଣ ପବନରେ ଆଙ୍ଗୁଳି ଛୁଇଁଲେ


ମୁଁ ଜାଣିନି କାହିଁକି କେଜାଣି ତୁମେ ଏମିତି ଆସ

ମୋ ସ୍ୱପ୍ନରେ, ମୋ ସ୍ମୃତିରେ, ଝାପସା ଝାପସା

ଜହ୍ନ ଆଲୁଅରେ ଚୁପିଚୁପି ଆସ

ଛୁଇଁଯାଅ ମୋ ଦେହକୁ ମନକୁ ଚେତନାକୁ

ଜଡେ଼ଇଧର ଆବେଗରେ ଆଲିଙ୍ଗନରେ

ମୁକୁଳା କେଶର ଅସରନ୍ତି ଜଙ୍ଗଲ ଭିତରେ

ଦିଗ ହଜାକର ତୁମ ଦେହର ମହମହ କଦମ୍ବ ବାସ୍ନାରେ

ତୁମ୍ଭ କଣ୍ଠର କୁହୁତାନରେ 

ପାଉଁଜିର ଛମଛମ ଶବ୍ଦରେ

ଆସଆସ ଥରୁଟିଏ ହାତ ଥାପି ଦେଖ

ଦେଖିବ ତୁମେ ଆସିଲାପରେ

ଆପେଆପେ ହଜିଯିବ ଛାତି ତଳର ଶୁନ୍ୟସ୍ଥାନ,ଆଖିଦାଢର ଲୁହ, ହୃଦୟର ଯନ୍ତ୍ରଣା

ଆସ ଆସ ମୁଁ ତୁମକୁ ଲୁଚେଇଦିଏ

ମୋ ସ୍ମୃତିରେ, ସ୍ୱପ୍ନରେ,ମୋ ଛତିତଳର ଅନ୍ଧାରି ଗୁମ୍ଫାରେ

କେହିକେବେ ତୁମକୁ ଛଡ଼ାଇ ନେବା ପୂର୍ବରୁ

ମୋ ହାତରୁ,ଭାଗ୍ୟରୁ,ସ୍ମୃତିରୁ, ସ୍ବପ୍ନରୁ

ଆସ ଆସ ମୁଁ ତୁମକୁ ମିଶାଇଦିଏ ମୋ ଆତ୍ମାରେ,ରକ୍ତରେ,ନିଃଶ୍ୱାସରେ

ଅସ୍ତିମଜା ଶିରା ପ୍ରଶିରାରେ

ତା'ପରେ ଦେଖିବ ସବୁକିଛି ବଦଳିଯିବ

ଯେମିତି ବଦଳିଯାଏ ଋତୁ, ବଦଳିଯାଏ ସମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଦେବେନ୍ଦ୍ର ମହାନ୍ତି

Similar oriya poem from Romance