STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଗ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଗ)

1 min
174

ରାଗ-ତୋଡି ପରଜ ଗଲାଣି ତ ଗଲା କଥା ରେ ସଙ୍ଗାତ

ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡିବାରୁ ବ୍ୟଥା (ପଦ)


ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ, ଗଣ୍ଠିଧନ ତୋର ସ୍ନେହ,

ଗୋଡ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ (1)


ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି,

ଗୋଳା କରଳରୁ କଟୂ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି (2)


ଗୋଳି ଦେଲା ମୋର ବାହାର ଭିତର ସ୍ୱର ସେ ଅବା ଶର ସେ,

ଗାତ୍ର ଗୋଟିଯାକ ପୂରିଲା ପୁଲକ ଶ୍ରବଣ ସୀମା ସ୍ପରଶେ (3)


ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର;

ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର (4)


ଗତାଳସନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡି,

ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡି (5)


ଗଗନ-କୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳେ,

ଗୋଳିଆ ନ ରଖି କହ ଚନ୍ଦ୍ରମୁଖି ଗହଳି ନଥିବା ବେଳେ (6)


ଗରିଷ୍ଠ ଅରୁଚି କାହିଁକି କରୁଚି ଅଶନେ ବସନେ ଦେହେ,

ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି କହେ (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics