STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

କିନ୍ନର

କିନ୍ନର

1 min
487


ପୌରାଣିକ ଚରିତ୍ରଟିଏ ନା ?

ଆଧୁନିକତାର ଛାପରେ

ନିଜ ଅଧିକାର ପାଇଁ ଲଢି ହାସଲ କରିଥିବା

ତୃତୀୟ ଲିଙ୍ଗର ଆଖ୍ୟାୟିତ ମଣିଷଟିଏ?


ତାର ଦୋଷ କଣ

ନିଜେ ତ ଚାହିଁ ନଥିଲା ଏମିତି ଜୀବନ

ସମସ୍ତଙ୍କ ଭଳି ତାଙ୍କୁ ବି ଆବଶ୍ୟକ 

ସମ୍ପର୍କର ସହାନୁଭୂତି ।।


ସେ ମନ ଟିକେ ଭିନ୍ନ

ନିତି ଦେଖେ ଆପଣାପଣର ସପନ

ସେ ନୁହେଁ ଭିନ୍ନ

ସୃଷ୍ଟିର ସେ ବି ଅବଦାନ ।।


ସେ ମନରେ ଅନାବିଳ ପ୍ରେମ,

ସେ ପଣତରେ ଲକ୍ଷେ ଆଶୀର୍ବାଦ

ସଂସାରରେ ଶାନ୍ତି ବସତି ସ୍ଥାପନର ଆଗ୍ରହ

କେହି ଯେମିତି ଅଲୋଡା ନ ରୁହନ୍ତୁ ।।


କିନ୍ନର ମନ ନାରୀର ହେଉ କି ନରର

ଆମ ଭଳି ତ ସମାନ ଅବୟବ

ଭିନ୍ନ ଦୃଷ୍ଟିକୋଣ କାହିଁକି ପୁଣି

ଗୋଟିଏ ସ୍ରୋତରେ ବହିଯିବା ହିଁ ଶ୍ରେୟସ୍କର ।।


ସେ ସଜେଇ ହେବାକୁ ଭଲପାଏ,

ସଜେଇ ହେଉ

ସୃଷ୍ଟିର ସୃଜନୀ ସେ

ଆଖିରେ ତାର ଅସୁମାରୀ ସ୍ବପ୍ନ

ପୁରା କରିବାକୁ ସହଯୋଗର ହାତ ବଢ଼ାଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational