STORYMIRROR

Subhakanta Sahu

Fantasy Inspirational

2  

Subhakanta Sahu

Fantasy Inspirational

କଇଁ..

କଇଁ..

1 min
13.9K


 ଉଆଁସ ଗଲାଣି ନଭେ ଦ୍ଵିତୀୟାର ଜହ୍ନ,

ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ।

ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ଵ ବିକାଶେ,

ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ।

ଲାଜର ଓଢ଼ଣି ଆଜି ମୁଖୁ ଟାଣି ନେଇ,

ଉତ୍କଣ୍ଠାରେ ଦିନ ଗଣେ କେବେ ଯେ ପୁନେଇଁ।

ଅର୍ଦ୍ଧଚନ୍ଦ୍ର ବୋଲି ସିଏ ଅର୍ଦ୍ଧ ପ୍ରଷ୍ଫୁଟିତା,

ପୂର୍ଣ୍ଣିମା ଶଶାଙ୍କ ଦେବେ ତା'ଦେହେ ପୂର୍ଣ୍ଣତା।

ଏକେ ଦେଖ ଧରିତ୍ରୀରେ ଆରେକ ଅମ୍ବରେ,

ଦୂରତା ବଢ଼ିନି ପ୍ରେମେ ଥିଲେ ବହୁଦୂରେ।

ଲାଜୁକିରାଣୀ ସେ କଇଁ ହସଇ ମୁରୁକି,

ନୀଳାକାଶେ ନିଶାକର ଖୁସି ତା'ରେ ଦେଖି।

ଅନାବିଳ ଆକର୍ଷଣେ ଦେହାତୀତ ପ୍ରେମ,

ଶିଖ ଆଉ ନପଡି ସେ ବସ୍ତୁବାଦୀ ପ୍ରେମେ।

                    

ଶୁଭକାନ୍ତ ସାହୁ।

୯୮୬୧୭୩୨୨୫୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy