STORYMIRROR

Goutam Mohanty

Abstract

2  

Goutam Mohanty

Abstract

କିଏ...!

କିଏ...!

1 min
259

ତୁମ ସ୍ମୃତିର ଋତୁ

ଠିକ ଆଜିର ସକାଳ ଭଳି

ଶୁନଶାନ ପଣକୁ ହାୱାରେ ବିଞ୍ଚି

ମୋତେ ହତବାକ କରିଦେଇଛି


ଆଚ୍ଛାଦିତ କୁହୁଡ଼ିରେ ହୁଏତ

ତୁମେ ଦେହଛପା ଦେଇଥାଇପାର

କିଛି ଗୋଟିଏ ଇୟତ୍ତା ଅଛି ଏଇଠି

ମୋ ସମଗ୍ର ସ୍ମୃତି-ବ୍ରହ୍ମାଣ୍ଡରେ କିଏ

ଯିଏ ଚାରିପାଖେ ମହମହ ବାସୁଛି        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract