STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

କିଏ ସଜାଡିବ ଫୁଲର ଦୋଳି

କିଏ ସଜାଡିବ ଫୁଲର ଦୋଳି

1 min
187


କଅଁଳ କଳି ସେ କଅଁଳ କଳି

କରୋନା ଦେଇଛି ସପନ ଦଳି

ସ୍ନେହ ମମତାକୁ ପକାଇ ବଳି

ମହାମାରୀ ଦେଲା ଜୀବନ ଜାଳି

କୁନି ଭାଇକୁ ତା କୋଳରେ କାଖେଇ

ସାହା ହେବାପାଇଁ କରୁଛି ଅଳି

କଅଁଳ କଳି ସେ କଅଁଳ କଳି ।

ଆଗକୁ ଚାହିଁଲେ ପାଉନି ଆଖି

ଲୁହ ସବୁ ତାର ଯାଇଛି ଶୁଖି

ଚାଲିବା ଆଗରୁ ପଡିଛି ଥକ୍କି

କଳାମେଘ ଦେଲା କପାଳ ଢାଙ୍କି

ଉଡିବା ଆଗରୁ ଡେଣା ଝଡିଗଲା

ଛଡେଇ ହାତରୁ ଖାଇବା ଥାଳି

କଅଁଳ କଳି ସେ କଅଁଳ କଳି ।

ବାପା ମାଆଙ୍କର ଭାରି ସେ ଗେହ୍ଲା

ସୁଖଦିନ ତାର ଉଭେଇ ଗଲା

କରୋନା କୋପରେ ଅନାଥ ହେଲା

ସୁଖଶାନ୍ତି ସବୁ ଛଡାଇ ନେଲା

ଡକାଡକି ହୋଇ ବାପା ମାଆ ଗଲେ

ଆଲୁଅ ଲିଭିଲା ଅନ୍ଧାର ଗଳି

କଅଁଳ କଳି ସେ କଅଁଳ କଳି ।

ଭଲା ବିହି ହେଲା ତାପାଇଁ କାଳ

ଥଳ ପାଉନାହିଁ ଖୋଜୁଛି କୂଳ

କିଏଦେବ ଆଉ ସାହସ ବଳ

ଚଉଦିଗେ ତାର ଅଥଳ ଜଳ

ମନ ଉଣା କଲେ କିଏ ବୁଝାଇବ

ତା ପାଇଁ ସଜାଡି ଫୁଲର ଦୋଳି

କଅଁଳ କଳି ସେ କଅଁଳ କଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics