STORYMIRROR

Shekhar Chandra Modi

Drama Romance

4  

Shekhar Chandra Modi

Drama Romance

କିଏ ସିଏ...??

କିଏ ସିଏ...??

1 min
10

*** କିଏ ସିଏ..? ***


କିଏ ସିଏ...!

ଯିଏ ସବୁଦିନ ମୋତେ ଛୁଇଁ ଦେଇ ଫେରିଯାଉଛି 

ଗଛ ଡାଳର ଉହାଡକୁ, ମିଶି ଯାଉଛି ମହାଶୁନ୍ୟରେ,

ମୁଁ କିନ୍ତୁ ତାକୁ ଦେଖି ପାରୁନାହିଁ କି ଛୁଇଁ ପାରୁନାହିଁ।


ସିଏ ଆସିଛି ବୋଲି ତ 

ଜୀବନରେ ରଙ୍ଗ ଅଛି ବୋଲି କିଛି ପ୍ରମାଣ ପାଇଛି,

ସିଏ ଛୁଇଁଛି ବୋଲି ତ

ଦେହଟା ସୁବାସିତ ଫୁଲର ସୁରଭି ଭଳି ବାସୁଛି 

ସିଏ ଦେଖୁଛି ବୋଲି ତ 

ନିମିଷକେ ମୁଁ ଆଙ୍କି ପାରୁଛି ଅନେକ ସ୍ଵପ୍ନବିଞ୍ଚା ଜହ୍ନରାତି,

ଲେଖିପାରୁଛି ସଂସାରର ପ୍ରତ୍ୟେକ ସୁଖଦ ମୁହୂର୍ତ୍ତକୁ।


ସେ କେଉଁଠି ନା କେଉଁଠି 

ମୋ ଦେହର ଶିରା ପ୍ରଶିରାରେ ବହୁଛି ବୋଲି ତ

ମୁଁ ଜୀବନକୁ ଆଞ୍ଜୁଳାଏ ମଞ୍ଜିକରି ବୁଣି ଦେଉଛି କ୍ଷେତରେ,

କେଇ ମାସ ଅପେକ୍ଷାରେ ପୁଣି ବୋହି ନେଉଛି ଫସଲ 

ବିହନ ସଂଚିବା ଲୋଭରେ,

ନିର୍ଭୟରେ ଚାଲିପାରୁଛି ଜଞ୍ଜାଳର ଅନ୍ଧାରକୁ ଭେଦ କରି 

ଆଉ ହସିପାରୁଛି ଦୁଃଖର ନଈପଠାରେ ଚରି ଚରି।


ସେ ଯଦି ନଥାନ୍ତା ହୁଏତ,

ଗୋଲାପର ରକ୍ତାଭ ରୁପଟାକୁ ଅବଜ୍ଞା କରି 

ସମସ୍ତେ କିଣି ଆଣନ୍ତେ ପୁଳା ପୁଳା ପ୍ଲାଷ୍ଟିକ ଫୁଲ 

ଯାହା ଭରିଦିଆନ୍ତା ସମସ୍ତଙ୍କ ଛାତିରେ 

ମେଞ୍ଚା ମେଞ୍ଚା କୃତ୍ରିମ ଆବେଗ ।

ଆଉ ବଗିଚା ବୋଲି କିଛି ଗୋଟାଏ ନଥାନ୍ତା,

ପ୍ରଜାପତି ଆଉ ଭଅଁର ମାନେ 

ନିଇତି ଭୋଗୁଥାନ୍ତେ ମରଣର ଭାଗ୍ୟ।

▪️


Rate this content
Log in

Similar oriya poem from Drama