ଶେଷ ଶବ୍ଦ
ଶେଷ ଶବ୍ଦ
ମୋର କିଛି ବାକି ଅଛି କହିବାକୁ ତୁମର ଧୈର୍ଯ୍ୟ ଅଛି ଶୁଣିବାକୁ ବାଧ୍ୟ କରୁନି ମବାସ୍, ମନ ବୁଝୁନାହିଁ
ଜାଣିଛି ଭଲଭାବେ,ତୁମେ ଆଉ ଫେରିବେନି ମୁଁ ବି ଆଉ ଡାକିବିନି ପଛରୁ
ତୁମର ଅନୁରୋଧ କ୍ରମେ ଆଉ ମୋର ଅନିଚ୍ଛା ସତ୍ତ୍ବେ ସେଦିନ ମୁକ୍ତି ଦେଇଛି ମୁଁ ତୁମକୁ ମୋ ପ୍ରେମ ବନ୍ଧନରୁ
ଯାଅ, ମନ ଖୋଲି ହସ ମୋ ଲୁହ କୁ ବିକି ଯାଅ, ଉଡିବୁଲ ଶୂନ୍ୟ ଆକାଶରେ ମୋ ନିଶ୍ୱାସର ପ୍ରତିଟି ବିନ୍ଦୁକୁ ମାରି ଯାଅ, ଗଢିଦିଅ ଆଉ ଏକ ନୂଆ ପରିଚୟ ମୋ ରକ୍ତର ରଙ୍ଗ ମାଖି ।
ଏବେ ଆଉ ଝରିବନି ଲୁହତୁମ ଆଖିରୁ, ମୋ ପାଇଁ ଅପେକ୍ଷା କରି କରି ତୁମ ପାଦ ଆଉ ହେବନାହିଁ କ୍ଲାନ୍ତ ମୁଁ ବି ଆଉ ବ୍ୟସ୍ତ ହେବିନି ମ ଆଣିବିନି ତୁମ ପାଇଁ ତୁମ ପସନ୍ଦର ଚକୋଲେଟ୍ ଦେଖିବିନି ଆଉ ସେ ସୀମାହୀନ ବ୍ୟର୍ଥି ସ୍ୱପ୍ନ ।
ସମୟ ନଈରେ ଦୁହେଁ ଭାସିଯିବା ଅଲଗା ଅଲଗା ଶାଖା ନଈ ସାଜି ଦୂର ବଣ ପାହାଡ ଛାତିକୁ ଚିରି ଚାଲିଯିବା କାହିଁ କେତେଦୂର ।
କିନ୍ତୁ ମନେରଖ ଯେବେ ଥକିଯିବା ଫେରି ବୁଲି ଥରେ ଚାହିଁବ କାଳେ, ମୋ ମନ ପରିବର୍ତ୍ତନ ହେଇଥିବ କାଳେ, ମୁଁ ଆଉଥରେ ରାଜି ହେବି ସ୍ୱପ୍ନ ଦେଖିବାକୁ କାଳେ, ତୁମ ଆଖିର କଜଳ ପୁଣିଥରେ ମୋ ଛାତିର ସ୍ପନ୍ଦନକୁ ବଢ଼ାଇଦେବ।

