Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

କିଏ ଗଢିଲା ତୋତେ ଏମିତି

କିଏ ଗଢିଲା ତୋତେ ଏମିତି

1 min
306



ଆଖିରୁ ଝରୁଛି ମହୋଦଧି ଜଳ

     ଦେଖି ତୋ ଲାବଣ୍ୟ କାନ୍ତି

ଅଧାଗଢା ହୋଇ କି ସୁନ୍ଦର ଦିଶୁ

      କହ କାଳିଆ କେମିତି

କିଏ, ଗଢିଲା ତୋତେ ଏମିତି ।


ଗୋଡ଼ ଧାଇଁ ଯାଏ ବଡଦାଣ୍ଡେ ପାଏ

      ତୋହର ଶରଧା ବାଲି

ଏ ସାରା ଶରୀର ହୁଏ ତରତର

      ଶରଧା ବାଲିକୁ ବୋଳି

ହୃଦୟରେ ପ୍ରୀତି ଲଭି ତୋ ଭକତି

      ତୁଣ୍ଡରେ ତୋହର ଗୀତି ।


କାନ ତ ଶୁଣେରେ ତୋହର ମନ୍ଦିରେ

      କାଳିଆ କାଳିଆ ଡାକ

ମନ କହୁଥାଏ ଭବଜଳୁ ପ୍ରାୟେ

      ରଖ ମହାପ୍ରଭୁ ରଖ

ଜିଭ ଖୋଜୁଥାଏ ଅବଢ଼ା ଟିକିଏ

      ପାଇବାକୁ ଏଠୁ ମୁକ୍ତି ।


Rate this content
Log in

Similar oriya poem from Inspirational