STORYMIRROR

pravasini Senapati

Children

3  

pravasini Senapati

Children

କିଏ ବେଶି ଶକ୍ତିଶାଳୀ

କିଏ ବେଶି ଶକ୍ତିଶାଳୀ

1 min
160

ବନ୍ଧୁକ ଆଉ କଲମ ଭିତରେ 

ଲାଗିଥିଲା ଦିନେ କଳି

କହିଲା ବନ୍ଧୁକ ତୋ ଠାରୁ ବେଶି 

ମୁଁ ପରା ଶକ୍ତିଶାଳୀ ।


କଲମ ବିଚରା ହସି ହସି କହେ 

ନାଇଁ ରେ ସାଙ୍ଗ ନାଇଁ

ଭାରତ ବର୍ଷ ସ୍ୱାଧୀନ ହେଲା 

କେବଳ ମୋରି ପାଇଁ ।


କଲମ କଥା ଶୁଣି ବନ୍ଧୁକ 

କଲା ଖାଲି ଅଟ୍ଟହାସ୍ୟ

ତୁ ଏଡ଼େ ଗଧଟା 

ଆଜି ବି ଖୋଜୁଛୁ ଗାନ୍ଧୀ ଅମଳର 

ପୁରୁଣା ଭାରତ ବର୍ଷ ?


ଗାଁ ବଦଳିଛି ଦେଶ ବଦଳିଛି

ବଦଳିଛି ଜନ ମନ

ଆଜି ର ସମାଜ କରୁଅଛି ଖାଲି

ମୋର ଜୟ ଗାନ ।


ବନ୍ଧୁକ କଥା ଶୁଣି କଲମ

ଦୁଃଖରେ ଗଲା ଝାଉଁଳି

କହିଲ ପିଲେ ତୁମ ମତରେ

କିଏ ବେଶି ଶକ୍ତିଶାଳୀ ???


Rate this content
Log in

Similar oriya poem from Children