STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

କିଏ ଆସିଲା

କିଏ ଆସିଲା

2 mins
383

କିଏ ଆସିଲାରେ କିଏ ଆସିଲା

ଚନ୍ଦନ ବାସିଲା ତୁଳସୀ ବାସିଲା

ଅନ୍ଧାର ରାତିରେ ମେଘ ଉହାଡରେ

ମନ୍ଦମନ୍ଦ ହସି ଚାନ୍ଦ ଦିଶିଲା ।


ଦେବକୀ ମୂର୍ଚ୍ଛିତା ବସୁଦେବ ଚିନ୍ତା

କ°ଶ ରହିଅଛି ଚାହିଁ

କଅଁଳ ଶିଶୁ ତା ଜନମ ବଇରୀ

ମୁକୁଳିବା ବାଟ ନାହିଁ ।


ଅବସାଦ ଯେବେ ବାଦ କରୁଥିଲା

ଅମୃତ ହୋଇଲା ବୃଷ୍ଟି

ଚକିତ ହୋଇଲେ ବସୁଦେବ ଦେଖି

ଇଏକି ଅପୂର୍ବ ସୃଷ୍ଟି ।


ଧନ୍ୟ ସେହି ମାୟା ଅପରୂପ କାୟା

ବନ୍ଦୀ ଶାଳେ ସତେ ପ୍ରକଟ ହେଲା

କିଏ ଆସିଲା ।


ନୀଳ ମେଘ କାନ୍ତି ମଣି ଝଟକନ୍ତି

ପୀତାମ୍ବର ଦେହ ବାସ

ଶଙ୍ଖ ଚକ୍ର ଗଦା କମଳ ର ଶୋଭା

ଚତୁର୍ଭୁଜ ହସହସ ।


କିରିଟି କୁଣ୍ଡଳ ହସ୍ତରେ କଙ୍କଣ

କଟିରେ ସୁବର୍ଣ୍ଣ ସୁତା

ପାଦରେ ନୁପୁର ରୁଣୁଝୁଣୁ ହୁଏ

ହୃଦେ ପଦକ ପଇତା ।


ଜନକ ଚକିତ ଜଗତ ଆସ୍ବସ୍ଥ

ତମସା ତିମୀର ପାହି ଆସିଲା

କିଏ ଆସିଲା ।


କଅଁଳ କଳି ର ମଧୁର ବାଣୀ ରେ

ବସୁଦେବ ଚଳିଗଲେ

ନନ୍ଦ ଉଆସରେ ପୁତ୍ରକୁ ଛାଡିସେ

କନ୍ୟା ଧରି ଲେଉଟିଲେ ।


ହଟିଗଲା ମାୟା ଶୁଣି କୁଆଁ କୁଆଁ 

କ°ସ ପୁରେ ବାର୍ତ୍ତା ଗଲା

ପୁତ୍ର ନୁହେଁ କନ୍ୟା ଜନମ ନେଇଛି

ରାଗେ କ°ସ ଗରଜିଲା ।


କଚାଡି ମାରନ୍ତେ ଖସିଯାଇ କନ୍ୟା

ଗୋପେ ବଢେ କୃଷ୍ଣ ହସି କହିଲା

କିଏ ଆସିଲା ।


Rate this content
Log in

Similar oriya poem from Classics